fbpx

ରାତିରେ ମହିଳାଙ୍କ ଶେଯରେ ବସିବା ଶାଳୀନତା ଭଙ୍ଗ କରିବା ସହିତ ସମାନ: ହାଇକୋର୍ଟ

ମୁମ୍ବାଇ: ରାତିରେ କୌଣସି ମହିଳା ଶୋଇଥିବା ସମୟରେ ତାଙ୍କ ବେଡ୍ ରେ ବସି ତାଙ୍କୁ ଛୁଇଁବାକୁ ଚେଷ୍ଟା କରିବା ହେଉଛି ଲଜ୍ଜାଜନକ ଏବଂ ଶାଳୀନତା ଭଙ୍ଗ କରିବା ସହିତ ସମାନ । ଏକ ମାମଲାର ଶୁଣାଣି କରିବା ସମୟରେ ବମ୍ବେ ହାଇକୋର୍ଟ ଏହି ଭଳି କିଛି ନିୟମ ସମ୍ପର୍କରେ କହିଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ବାସ୍ତବରେ ମହିଳାଙ୍କ ଶରୀରର କୌଣସି ଅଙ୍ଗକୁ କେହି ଅଜଣା ବ୍ୟକ୍ତି ଛୁଇଁବା ହେଉଛି ବିନମ୍ରତାର ଉଲଂଘନ କରିବା ସହିତ ସମାନ ।

ସୂଚନା ଅନୁସାରେ, ଜଲନା ଜିଲ୍ଲାର ୩୬ ବର୍ଷିୟ ପରମେଶ୍ୱର ଧାଗେ ତଳ କୋର୍ଟକୁ ଚ୍ୟାଲେଞ୍ଜ କରି ବମ୍ବେ ହାଇକୋର୍ଟରେ ନିଜର ଦାବି ରଖିଥିଲେ । କାରଣ ପରମେବଶ୍ୱରଙ୍କ ଉପରେ ତାଙ୍କ ପଡୋଶୀରେ ରହୁଥିବା ମହିଳାଙ୍କ ସହିତ ଖରାପ ନଜର ପକାଉଥିବାର ଆରୋପ ଲଗାଯାଇଥିଲା । ଯାହାପରେ ତଳ କୋର୍ଟ ଅଭିଯୁକ୍ତ ପରମେଶ୍ୱରକୁ ଦୁଇ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ । ଏହି ମାମଲାର ସମାଧାନ କରିବାକୁ ଯାଇ ଜଷ୍ଟିସ୍ ମୁକୁନ୍ଦ ସେୱଲିକର୍ କହିଥିଲେ ଯେ, କୌଣସି ମହିଳାଙ୍କ ଖଟ ରେ ରାତିରେ ବସି ଗୋଡ କିମ୍ବା ଶରୀରର କୌଣସି ଅଙ୍ଗକୁ ଛୁଇଁବାକୁ ଚେଷ୍ଟା କରିବା ହେଉଛି ଶାଳୀନତା ତଥା ବିନମ୍ରତା ଭଙ୍ଗ କରିବା ସହିତ ସମାନ ।

ଜଷ୍ଟିସ୍ ମାମଲାର ସମାଧାନ କରିବାକୁ ଯାଇ କହିଥିଲେ ଯେ, ଅଭିଯୁକ୍ତ ମହିଳାଙ୍କ ସ୍ୱାମୀ ଘରେ ନଥିବା ସମୟରେ ରାତିରେ ତାଙ୍କ ଘରକୁ ଯାଇ ମହିଳା ଶୋଇଥିବା ସମୟରେ ତାଙ୍କ ଖଟ ଉପରେ ବସିଥିଲେ । ଏଥିସହିତ ତାଙ୍କ ଗୋଡକୁ ଛୁଇଁଥିଲେ । ଯାହା ମହିଳାଙ୍କୁ ଅସମ୍ମାନ କରିବା ସହିତ ସମାନ ।

Get real time updates directly on you device, subscribe now.