6 ବର୍ଷର ପ୍ରେମ, 6 ମାସ ପରେ ଧରାପଡିଲା ହତ୍ୟାକାରୀ ପ୍ରେମିକ

ରହସ୍ୟ ଉପରୁ ଉଠିଲା ପରଦା, ମୃତ୍ୟୁର 6 ମାସ ପରେ ଦୋଷୀକୁ ମିଳିଲା ଦଣ୍ଡ

ବେଙ୍ଗାଲୁରୁ: ରହସ୍ୟ ଉପରୁ ଉଠିଲା ପରଦା। 6 ମାସ ଧରି ଯେଉଁ ରହସ୍ୟ, ରହସ୍ୟ ହୋଇ ରହିଥିଲା ଏବେ ସେହି ରହସ୍ୟ ଉପରୁ ପରଦା ଉଠାଇଛି ପୋଲିସ। ଘଟଣାଟି କର୍ଣ୍ଣାଟକର ଗଡଗ ଜିଲ୍ଲାର।

ରହସ୍ୟ ଉପରୁ ଉଠିଲା ପରଦା: କର୍ଣ୍ଣାଟକର ଗଡଗ ଜିଲ୍ଲାର 26 ବର୍ଷୀୟା ମଧୁଶ୍ରୀ ଅଙ୍ଗଡିଙ୍କ ନିଖୋଜକୁ ନେଇ ଛଅ ମାସ ବିତିଯାଇଥିଲେ ମଧ୍ୟ ପୋଲିସ ଏହାର ସୁରାକ ପାଉନଥିଲା। କିନ୍ତୁ ତାଙ୍କର 28 ବର୍ଷୀୟ ପ୍ରେମିକ ସତୀଶ ହିରେମଥଙ୍କୁ ପୋଲିସ ନିଜ ହେପାଜତକୁ ନେବା ପରେ ଏହି ରହସ୍ୟର ପର୍ଦ୍ଦାଫାଶ ହୋଇଛି।

ସମ୍ମତି ନଥିବା ସତ୍ୱେ ସମ୍ପର୍କ: ନାରାୟଣପୁରା ଗାଁର ମଧୁଶ୍ରୀ, ତାଙ୍କ ବାପା ମାଆଙ୍କ ସମ୍ମତି ନଥିବା ସତ୍ୱେ ଛଅ ବର୍ଷ ଧରି ଜଣେ ପୁଅ ସହ ସମ୍ପର୍କରେ ଥିଲେ। ଏହି କଥା ଜାଣି ତାଙ୍କ ବାପା ମାଆ ମଧୁଶ୍ରୀଙ୍କୁ ଗଡଗରେ ଥିବା ସମ୍ପର୍କୀୟଙ୍କ ପାଖକୁ ପଠାଇ ଦେଇଥିଲେ।

ସମ୍ପର୍କୀୟଙ୍କ ଘରୁ ନିଖୋଜ: ଡିସେମ୍ବର 16, 2024 ରେ ସେ ତାଙ୍କ ସମ୍ପର୍କୀୟଙ୍କ ଘରୁ କୁଆଡେ ପଳାଇଯାଇ ନଖୋଜ ହୋଇଯାଇଥିଲେ। ନିଖୋଜ ହେବାର 1 ମାସ ପରେ ତାଙ୍କ ନାମରେ ନିଖୋଜ ରିପୋର୍ଟ ଥାନାରେ ଦାଖଲ କରାଯାଇଥିଲା। 6 ମାସ ଯାଏଁ ତାଙ୍କର ଅତ୍ତାପତ୍ତା କିଛି ମିଳୁନଥିଲା। କିନ୍ତୁ 6 ମାସ ପରେ ପୋଲିସ ହାତକୁ ଆସିଲା ସାଙ୍ଘାତିକ ତଥ୍ୟ।

ସବୁଦିନ ହେଉଥିଲା ଝଗଡା: ଗଡଗ ପୋଲିସଙ୍କ କହିବା ଅନୁସାରେ, ଏକ ଫାର୍ମହାଉସରେ ମଧୁଶ୍ରୀ ଏବଂ ତାଙ୍କ ବଏ ଫ୍ରେଣ୍ଡ ହିରେମଥ ବିବାହ ପାଇଁ ଲଗାତାର ଭାବେ ଝଗଡା ଏବଂ ଯୁକ୍ତିତର୍କ କରୁଥିଲେ।

ମାରିବା ସହ ପ୍ରମାଣ ନଷ୍ଟ: ହିରେମଥ ମଧୁଶ୍ରୀଙ୍କୁ ବିବାହ ପାଇଁ ଚାପ ପକାଇବା ପରେ ମଧ୍ୟ ଯେତେବେଳେ ମଧୁଶ୍ରୀ ରାଜି ହୋଇନଥିଲେ ହିରେମଥ ରାଗିଯାଇ ତାଙ୍କ ମୁଣ୍ଡରେ ଓଢ଼ଣା ଦେଇ ଗଳାକାଟି ତାଙ୍କର ହତ୍ୟା କରିଥିଲେ ଏବଂ ମୃତଦେହକୁ ପୋତି ଦେଇଥିଲେ। ତା ସହିତ ମହିଳାଙ୍କ ମର ଶରୀର ଚିହ୍ନଟ ନହେବାପାଇଁ ସେ ସବୁ ପ୍ରମାଣ ମଧ୍ୟ ନଷ୍ଟ କରିଦେଇଥିଲେ।

ଅଭିଯୁକ୍ତ ଧରା ପଡିଲା: ପୋଲିସର ତଦନ୍ତ ସମୟରେ ଦୀର୍ଘ 6 ମାସ ପରେ ମଧୁଶ୍ରୀଙ୍କ ଫୋନରୁ ହିରେମଥଙ୍କ ପାଖକୁ ହୋଇଥିବା ଏକ ଆପତ୍ତିଗତ ମେସେଜ ପୋଲିସ ପାଇଥିଲା।

ଖପୁରୀ ନିଖୋଜ: ତା ପରେ ପୋଲିସ ତାଙ୍କ ବଏ ଫ୍ରେଣ୍ଡ ହିରେମଥଙ୍କୁ ଯେତେବେଳେ ପଚରା ଉଚରା କଲା ସେତେବେଳେ ହିରେମଥ ସବୁ ସ୍ୱୀକାର କରିଥିଲେ ଏବଂ ପୋଲିସକୁ କବର ସ୍ଥାନକୁ ନେଇଯାଇଥିଲେ। ସେଠାରେ କିଛି କଙ୍କାଳ ଅବଶେଷ ଉଦ୍ଧାର କରାଯାଇଥିଲେ ମଧ୍ୟ, ମଧୁଶ୍ରୀଙ୍କ ଖପୁରୀ ଏପର୍ଯ୍ୟନ୍ତ ନିଖୋଜ ଅଛି।