fbpx

ଲକ୍-ଡାଉନରେ ଘରକୁ ଯିବା ପାଇଁ ନିଆରା ଉପାୟ, ଏପରି ପାର ହେଉଛନ୍ତି ବର୍ଡର

ଲକ୍-ଡାଉନରେ ମେଟ୍ରୋସହରରେ ଫସିଥିବା ପ୍ରବାସୀ ଶ୍ରମିକମାନେ ନିଜ ନିଜ ଘରକୁ ଫେରିବାକୁ ପାଇଁ ନିଆରା ଉପାୟ ଆପଣେଉଛନ୍ତି । ସ୍ମାର୍ଟ ଉପାୟ ମାଧ୍ୟମରେ ଗୋଟିଏ ରାଜ୍ୟରୁ ଆଉ ଏକ ରାଜ୍ୟ ପାର ହେଉଛନ୍ତି ପ୍ରବାସୀ । ଏପରି ଏକ ମାମଲା ମଧ୍ୟପ୍ରଦେଶର ଭୋପାଳରେ ଦେଖିବାକୁ ମିଳିଥିଲା, ଯେଉଁଠାରେ ଲୋକେ ବାଇପାସ୍ ପାଇଁ ଜମା ହୋଇ ହୋଇଥିଲେ । ସେମାନଙ୍କୁ ପଚାରିବାରୁ ଜଣାପଡିଲା କି, ସମସ୍ତେ ଅନ୍ୟ ଏକ ରାଜ୍ୟରୁ ଆସିଛନ୍ତି ଓ ସେଠାରୁ ଟ୍ରକ ବଦଳାଇ ନିଜ ରାଜ୍ୟକୁ ଯିବେ । ଅରୁଣ ଯାଦବ ନାମକ ଜଣେ ବ୍ୟକ୍ତି କହିଛନ୍ତି ଯେ, ସେ ଗତ ୬ ଦିନ ହେବ ବେଙ୍ଗାଲୁରରୁ ବାହାରିଥିଲେ । ବେଙ୍ଗାଲୁରରୁ ଗୋଟିଏ ଟ୍ରକକୁ ୧୩୦୦ ଟଙ୍କା ଦେଇ ମହାରାଷ୍ଟ୍ର ବର୍ଡର ଆସିଥିଲେ । ମଧ୍ୟ ପ୍ରଦେଶ ବର୍ଡର ଯାଏ ଲିପ୍ଟ ମାଗି ଆସିବା ପରେ ଏବେ ୟୁପି ବର୍ଡର ଯିବାକୁ ଯୋଜାନା ଚାଲିଛି । ସେ କହିଛନ୍ତି ଯେ, ଗାଡିରେ ଆସିବା ପରେ ଚାଲି ଚାଲି କେବଳ ବର୍ଡର ପାର କରିବାକୁ ପଡେ । ଏହା ପରେ ଟ୍ରକ୍ ବଦଳାଇ ଆଗକୁ ଯିବାକୁ ପଡିଥାଏ ।

Get real time updates directly on you device, subscribe now.