fbpx

ସମ୍ବଲପୁରରେ ବ୍ୟାପୁଛି ଜଣ୍ଡିସ, ସ୍ଥିତି ପରଖୁଛନ୍ତି ବିଶେଷଜ୍ଞ ଦଳ

Advertisement

 

ଓଡିଶା ଭାସ୍କର: ସମ୍ବଲପୁରରେ ନିୟନ୍ତ୍ରଣ ବାହାରକୁ ଯିବାରେ ଲାଗିଛି ଜଣ୍ଡିସ । ଯାହାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ଦରକାର ପଡିଲେ ନିଜେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ କୁମାର ମହାଲିଙ୍କ ସମ୍ବଲପୁର ଗସ୍ତ କରିବେ ବୋଲି କହିଛନ୍ତି । ବର୍ତ୍ତମାନ ସୁଦ୍ଧା ସମ୍ବଲପୁରରେ ମୋଟ ୮୨ ଜଣ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି । କୌଣସି ଆକ୍ରାନ୍ତ ଡାକ୍ତରଖାନାରେ ନାହାନ୍ତି ବୋଲି ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ସୂଚନା ଦେଇଛନ୍ତି । ତାହା ସହ ବିଭିନ୍ନ ଅଞ୍ଚଳରୁ ଆହୁରି ୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ଥିତି ଅନୁଧ୍ୟାନ କରିବା ପାଇଁ ଭୁବନେଶ୍ୱରରୁ ଦୁଇ ଜଣିଆ ବିଶେଷଜ୍ଞ ଦଳ ସମ୍ବଲପୁର ଗସ୍ତରେ ଯାଇଛନ୍ତି । ସେମାନେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଉପରେ ଗୁରୁତ୍ୱ ଦେବା ପାଇଁ ସଚେତନ କରାଯାଉଛି । ସହରରେ ଯାଇଥିବା ପାଣି ପାଇପ ନିୟମିତ ଯାଞ୍ଚ ହେଉ ନଥିବା ମଧ୍ୟ ଜଣ୍ଡିସର ଏକ ପ୍ରମୁଖ କାରଣ ବୋଲି ସାଧାରଣ ଲୋକ ଅଭିଯୋଗ କରିଛନ୍ତି । ତେବେ କେଉଁ କାରଣରୁ ଜଣ୍ଡିସ ବ୍ୟାପିଛି ଓ ଏହାର ଉତ୍ସ କ’ଣ ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ । ପ୍ରକାଶଥାଉ ଯେ ସମ୍ବଲପୁରରେ ପୂର୍ବରୁ ମଧ୍ୟ ୨୦୧୪ ମସିହାରେ ଜଣ୍ଡିସ ଭୟାବହତା ଖେଳାଇଥିଲା । ଜଣ୍ଡିସର ହବ ସାଜିଛି ସମ୍ବଲପୁର ସହର । ଯାହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ସମ୍ବଲପୁରବାସୀ ।

Get real time updates directly on you device, subscribe now.