fbpx

IPL-2024 Auctionରେ ବିକ୍ରି ହେଲେନି ସ୍ମିଥ୍-ଇଂଲିଶ: ଭାରତର ଏହି ସୁପରଷ୍ଟାରଙ୍କୁ ବି ମିଳିଲାନି ଦଳ

Advertisement

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପାଇଁ ମିନି ଅକ୍ସନ ଦୁବାଇରେ ଆରମ୍ଭ ହୋଇଯାଇଛି । ଆସନ୍ତା ସିଜନ ପାଇଁ ଅଷ୍ଟ୍ରେଲିଆର ଷ୍ଟାର ବୋଲର ମିଚେଲ ଷ୍ଟାର୍କ ସବୁଠାରୁ ମହଙ୍ଗା ଖେଳାଳି ଭାବରେ ଇତିହାସ ସୃଷ୍ଟି କରିଛନ୍ତି । ଏହାବ୍ୟତୀତ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ଆଇପିଏଲ ଇତିହାସର ଦ୍ୱିତୀୟ ସର୍ବାଧିକ ଟଙ୍କାରେ ବିକ୍ରି ହୋଇଥିବା ଖେଳାଳି ପାଲଟିଛନ୍ତି । ତେବେ ଅଷ୍ଟ୍ରେଲିଆର ଆହୁରି ଅନେକ ବଡ଼ ବଡ଼ ଖେଳାଳି ବିକ୍ରି ହୋଇ ପାରିନାହାନ୍ତି । ଏହି ତାଲିକାରେ ଷ୍ଟିଭେନ୍ ସ୍ମିଥ ମଧ୍ୟ ସାମିଲ ରହିଛନ୍ତି ।

ଆଇପିଏଲ-୨୦୨୪ ପାଇଁ ୨୪.୭୫ କୋଟି ଟଙ୍କାରେ କୋଲକାତା ନାଇଟ ରାଇଡର୍ସ ସହ ସାମିଲ ହୋଇଛନ୍ତି ମିଚେଲ ଷ୍ଟାର୍କ । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ(୨୦.୫୦ କୋଟି) ଟଙ୍କାରେ ସନରାଇଜର୍ସ ହାଇଦ୍ରାବାଦ ସହ ଯୋଡ଼ି ହୋଇଛନ୍ତି । ତେବେ ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର ଷ୍ଟିଭେନ୍ ସ୍ମିଥ ଅନସୋଲ୍ଡ ରହିଛନ୍ତି । ଆସନ୍ତା ସିଜନ ପାଇଁ ସ୍ମିଥଙ୍କୁ କୌଣସି ଫ୍ରାଞ୍ଚାଇଜି ନିଜ ଦଳରେ ସାମିଲ କରିବା ପାଇଁ ଇଚ୍ଛା କରିନାହାନ୍ତି । ଏହାବ୍ୟତୀତ ଦଳର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଜୋସ ଇଂଲିସ ମଧ୍ୟ ଅନସୋଲ୍ଡ ରହି ଯାଇଛନ୍ତି । ଉଭୟ ଖେଳାଳି ଅକ୍ସନରେ ଅଧିକ ଦାମରେ ବିକ୍ରି ହେବେ ବୋଲି ଆଶା କରାଯାଉଥିବା ବେଳେ ଏମାନଙ୍କୁ କୌଣସି ଦଳ ନିଜର କରିନାହାନ୍ତି ।

ସେହିପରି ଭାରତର ଷ୍ଟାର କ୍ରିକେଟର ମନୀଷ ପାଣ୍ଡେ ଏବଂ କରୁଣ ନାୟାର ମଧ୍ୟ ଏହି ତାଲିକାରେ ସାମିଲ ହୋଇଛନ୍ତି । କୌଣସି ଦଳ ମନୀଷ-କରୁଣଙ୍କୁ ନିଜ ଫ୍ରାଞ୍ଚାଇଜିରେ ସାମିଲ କରିନାହାନ୍ତି । ଆଇପିଏଲ ଇତିହାସରେ ପ୍ରଥମ ଭାରୀୟ ଭାବରେ ଶତକ ହାସଲ କରିଥିବା ମନୀଷ ପାଣ୍ଡେ ଆଜି ଅନସୋଲ୍ଡ ରହିଥିବା ବେଳେ ଭାରତୀୟ ଦଳ ପାଇଁ ଟେଷ୍ଟ ମ୍ୟାଚରେ ତ୍ରିଶତକ ହାସଲ କରିଥିବା କରୁଣ ନାୟାର ମଧ୍ୟ କୌଣସି ଫ୍ରାଞ୍ଚାଇଜି ସହ ସାମିଲ ହୋଇନାହାନ୍ତି ।

ଅକ୍ସନରେ ବିକ୍ରି ହୋଇ ନଥିବା ଖେଳାଳି: ରିଲେ ରୁସୋ, କରୁଣ ନାୟାର, ଷ୍ଟିଭ ସ୍ମିଥ, ମନୀଷ ପାଣ୍ଡେ, ଫିଲ୍ ସଲ୍ଟ, ଜୋସ ଇଂଲିସ, କୁସଲ ମେଣ୍ଡିସ, ଲକି ଫର୍ଗୁସନ, ଜୋସ ହାଜେଲଉଡ, ୱକାର ସଲାମମଖିଲ, ଆଦିଲ ରସିଦ, ଅକିଲ ହୁସେନ, ଇଶ ସୋଢୀ, ତବରେଜ ସାମ୍ସୀ, ମୁଜୀବ ଉର ରହମାନ, ରୋହନ କୁନ୍ନୁମଲ, ସୌରଭ ଚୌହାନ, ପ୍ରିୟାଂଶ ଆର୍ଯ୍ୟ, ମନନ ବୋହରା, ମହମ୍ମଦ ଅର୍ଶଦ ଖାନ, ସରଫରାଜ ଖାନ, ରାଜ ଅଙ୍ଗଦ ବାୱା, ବିଭ୍ରାନ୍ତ ଶର୍ମା, ଅତୀତ ଶେଠ, ହ୍ରିତିକ ଶୌକିନ ।

Get real time updates directly on you device, subscribe now.