fbpx

୧୭୨ ଥର କାମୁଡ଼ିଲା ସାପ, ତଥାପି ଅମର ଏହି ଯୁବକ; ଜାଣନ୍ତୁ କିପରି

ୱାଶିଂଟନ୍: ଆମେରିକାର ଜଣାଶୁଣା ଅନୁସନ୍ଧାନକାରୀ ବିଲ୍ ହାଷ୍ଟ୍ ନିଜର ଅଜବଗଜବ କାମ ପାଇଁ ଦୁନିଆରେ ଖ୍ୟାତି ଅର୍ଜନ କରିଛନ୍ତି । ବିଲ୍ ହାଷ୍ଟ୍ ଗୋଟିଏ ଅନୁସନ୍ଧାନ ପାଇଁ ସାପ ଧରାଳୀ ହୋଇଥିଲେ । କୁହାଯାଉଛି ଯେ, ତାଙ୍କୁ ୧୭୨ ଥର ସାପ ଚୋଟ ମାରିଛି । କିନ୍ତୁ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ୨୦ ଥର ଏପରି ହୋଇଛି ଯେ, ସାପ କାଟିବା ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । କିନ୍ତୁ ପରେ ସେ ତାଙ୍କ ଜୀବନ ବଞ୍ଚିଯାଇଥିଲା ।

ରିପୋର୍ଟ ଅନୁସାରେ, ଗୋଟିଏ ସମୟ ଥିଲା ତାଙ୍କ ପାଖରେ ୧୦ ହଜାରରୁ ଅଧିକ ସାପ ରହିଥିଲା । ସେଥିରେ ଅନେକ ପ୍ରଜାତିର ସାପ ରହିଥିଲା । ସେଗୁଡ଼ିକ ହେଲା ସମୁଦ୍ରୀ ସାପ, ଟାଇଗର୍ ସ୍ନେକ୍, କୋବ୍ରା, ରୈଟଲ୍ସ ସ୍ନେକ୍ ଏବଂ ଭାଇପର୍ ସ୍ନେକ୍ ଆଦି । ବିଲ୍ ହାଷ୍ଟ ଗ୍ଲୋବସ୍ ନପିନ୍ଧି ବି ସାପ ଧରୁଥିଲେ । ସେ ପ୍ରଥମେ ସାପର ମୁହଁକୁ ଧରି ବିଷ ବାହାର କରୁଥିଲେ ଓ ତାକୁ ନେଇ ସେ ନିଜା ମେଡିକାଲ ରିସର୍ଚ୍ଚ ପାଇଁ ବ୍ୟବହାର କରୁଥିଲେ ।

ଯେବେ ସେ ୧୨ ବର୍ଷ ଥିଲେ ପ୍ରଥମେ ତାଙ୍କୁ ସାପ କାଟିଥିଲା । ସେ ସମୟରେ ତାଙ୍କୁ ଡାଇମଣ୍ଡବୈକ ରୈଟଲର୍ ସାପ କାଟିଥିଲା । ଛୋଟ ବେଳରୁ ହିଁ ସାପ ପ୍ରତି ଆକର୍ଷିତ ରହିଆସିଥିଲେ । ସାପ ମାନଙ୍କ ପ୍ରତି ସେ ବିଶେଷ ରୂଚି ରଖୁଥିବାବେଳେ ଅନ୍ୟପଟେ ନିଜ ଶରୀରର ଇମ୍ୟୁନିଟି ବଢ଼ାଇବା ପାଇଁ Mithridatism ଟେକନିକ୍ ର ବ୍ୟବହାର କରୁଥିଲେ । ତେବେ ପ୍ରୟୋଗ କରିବା ଦ୍ୱାରା ସାପ କାଟିଲେ ମୃତ୍ୟୁ ହୁଏନି ବରଂ ସାପ ବିଷ ସହିତ ଲଢ଼ିବା ପାଇଁ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଥାଏ ।

 

Get real time updates directly on you device, subscribe now.