fbpx

(Video) ରାଜଧାନୀରେ ଅଟଘଣ! ସାପ ଗିଳିଦେଲା ଏକ ପ୍ଲାଷ୍ଟିକ୍ ବୋତଲ, ତା’ପରେ ପରିସ୍ଥିତି ହେଲା ଅସମ୍ଭାଳ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀରେ ଏକ ବଡ଼ ଅଘଟ ଦେଖିବାକୁ ମିଳିଛି । ଗୋଟିଏ ନାଗ ସାପ ଏକ କଫ ସିରପ ପ୍ଲାଷ୍ଟିକ ବୋତଲକୁ ଗିଳିବା ପରେ ଅକଳରେ ପଡ଼ିଥିଲା । ସାପଟି ବୋତଲକୁ ଗିଳିଦେବା ପରେ ତାକୁ ଆଉ ପାଟିରୁ ବାହାରି କରିପାରିନଥିଲା । ତେଣୁ ସାପଟି ବାଧ୍ୟ ହୋଇ ଏଣେତେଣେ ମୋଡ଼ି ହେବାରେ ଲାଗିଥିଲା । ରାଜଧାନୀରେ ଦେଖିବାକୁ ମିଳିଥିଲା ଏପରି ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ । ପୁରୁଣା ଭୁବନେଶ୍ୱର ସ୍ଥିତ ଜ୍ଞାନ ନଗର ନିକଟରେ ଏହି ଅଘଟଣ ଘଟିଥିଲା ।

ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ସାପଟି ବୋତଲକୁ ଗିଳିଦେବା ପରେ ତା’ର ପରିସ୍ଥିତି ଅସମ୍ଭାଳ ହୋଇ ପଡ଼ିଥିଲା । ଏହା ଦେଖି ସ୍ଥାନୀୟ ଲୋକେ ସ୍ନେକ ହେଲପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଖବର ଦେଇଥିଲେ । ଶୁଭେନ୍ଦୁ ଘଟଣାସ୍ଥଳରେ ପହଞ୍ଚି ଗୋଟିଏ ହାତରେ ସାପର ମୁଣ୍ଡକୁ ଧରି ଅନ୍ୟ ହାତରେ ସ୍ନେକ ହୁକ ସହାୟତାରେ ଯତ୍ନର ସହିତ ଧୀରେ ଧୀରେ ସାପ ତଳ ମାଢ଼ିକୁ ବୋତଲ ଦେହରୁ ତଳକୁ ଖସାଇ ଦେଇଥିଲେ । ଏହାପରେ ସାପଟି ପୂରା ବୋତଲକୁ ବାନ୍ତି କରିଦେଇଥିଲା । ଶୁଭେନ୍ଦୁଙ୍କ ପ୍ରୟାସ ପାଇଁ ସାପଟିର ଜୀବନ ବଞ୍ଚିପାରିଥିଲା ।

ଏହି ଘଟଣାକୁ ନେଇ ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ଶ୍ରୀ ମଲ୍ଲିକଙ୍କୁ ପ୍ରଶଂସା କରିବା ସହିତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଦୁଇଟି ଭିଡିଓ ପୋଷ୍ଟ କରିଛନ୍ତି । ବୋତଲକୁ ବାନ୍ତି କରିବା ପରେ ସାପଟିକୁ ୧୦ ପର୍ଯ୍ୟନ୍ତ ଛାଡ଼ି ଦିଆଯାଇଥିଲା । ତା’ପରେ ସାପଟି ଚଳପ୍ରଚଳ ହେବାରୁ ତାକୁ ଏକ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଥିଲା । ସମ୍ଭବତଃ କଫ ସିରପ ବୋଲକୁ କୌଣସି ମୂଷା ରାମ୍ପୁଡ଼ିବା ଦ୍ୱାରା ସେଥିରେ ମୂଷା ଦେହର ଗନ୍ଧ ରହିଯାଇଥିଲା । ତେଣୁ ମୂଷା ଗନ୍ଧରେ ଆକୃଷ୍ଟ ହୋଇ ସାପଟି ଭୁଲବଶତଃ ବୋତଲଟିକୁ ଗିଳି ଦେଇଥିବା ଶ୍ରୀ ମଲ୍ଲିକ କହିଛନ୍ତି ।

Get real time updates directly on you device, subscribe now.