fbpx

ଘରେ ଲୋକ ବନ୍ଦୀ, ବାହାରେ ସାପଙ୍କ ରାଜୁତି

ଲକ୍-ଡାଉନ୍ ଯୋଗୁଁ ଲୋକମାନେ ଘରେ ବନ୍ଦୀ ରହିବାରୁ ସବୁଆଡେ ଜନଶୂନ୍ୟ ହୋଇପଡିଛି । ସହର ଓ ଗାଁ ଶାନ୍ତ ହୋଇପଡିବାରୁ କ୍ଷେତ ଓ ମରୁଭୂମି ଅଞ୍ଚଳରୁ ସାପମାନେ ସେମାନଙ୍କ  ଗାତରୁ ବାହାରି ଆସି ନିଶ୍ଚିତରେ ବୁଲିବାରେ ଲାଗିଛନ୍ତି । ସେହିଭଳି ରାଜସ୍ଥାନର ବାଡମେର ସହରରେ ଗତ ୧୫ ଦିନ ମଧ୍ୟରେ ୨୦ରୁ ଅଧିକ ଭିନ୍ନ ଭିନ୍ନ ସ୍ଥାନରେ ସାପ ବାହାରୁଥିବାର ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ଏହି ଋତୁରେ ଏତେ ସାପମାନଙ୍କୁ ବାହାରେ ଦେଖିବାକୁ ମିଳିଛି ।

ତେବେ ଲକ୍-ଡାଉନ୍ ଯୋଗୁଁ ପରିବେଶ ସହ ସବୁକିଛି ବଦଳି ଯାଇଛି । ସେଥିପାଇଁ ରାଜସ୍ଥାନରେ ଏତେ ସଂଖ୍ୟକ ସାପ ଦେଖିବାକୁ ମିଳିଛି । ବାଡମେର ସହରରେ ରହୁଥିବା ଦୀପକ ସେନ୍ ଦୀର୍ଘଦିନରୁ ସାପକୁ ବଞ୍ଚାଇବା କାମରେ ନିୟୋଜିତ ହୋଇଛନ୍ତି ।  ସେ ସାପକୁ ଧରି ଜଙ୍ଗଲରେ ଛାଡିଦିଅନ୍ତି । ସେ କହିଛନ୍ତି ଯେ, ଗତ ୧୦ ବର୍ଷରେ ପ୍ରଥମଥର ପାଇଁ ମାର୍ଚ୍ଚ-ଏପ୍ରିଲ ମାସରେ ଏତେ ସଂଖ୍ୟକ ସାପ ବାହାରୁଥିବାର ଦେଖିବାକୁ ମିଳିଛି । ବୋଧହୁଏ ପାଣିପାଗ ଓ ପରିବେଶ ପରିବର୍ତ୍ତନ ପାଇଁ ଏସବୁ ଘଟିଛି ।’

Get real time updates directly on you device, subscribe now.