fbpx

ମେ ୩ ଯାଏ ନୁହେଁ ୨୦୨୨ ମସିହା ଯାଏ ରଖିବେ ସାମାଜିକ ଦୂରତ୍ୱ

AAKASH

ଭୁବନେଶ୍ୱର, ୧୬ ଓ୪ (ଓଡ଼ିଶା ଭାସ୍କର): ଲକ୍ ଡାଉନକୁ ବିତିଲାଣି ୨୩ ଦିନ । ଆହୁରି ୧୭ ଦିନର କଟକଣା ।ଏହା ଭିତରେ କିଏ କାହା ନିକଟ ସମ୍ପର୍କୀୟଙ୍କୁ ଭେଟିନି କି କିଏ ବନ୍ଧୁ ମାନଙ୍କୁ ଭେଟି ପାରିନି । ବିନା ବନ୍ଧୁରେ ରହିବା ବାସ୍ତବିକ କଷ୍ଟଦାୟକ ।ତେଣୁ ମେ ୩ ପରେ କେଉଁଠି ଭୋଜିଭାତ ତ କେଉଁଠି ପାର୍ଟିର ଆୟୋଜନ ହୋଇଛି । କିନ୍ତୁ ହୱାର୍ଡ ବିଶ୍ୱବିଦ୍ୟାଳୟ ଗବେଷକ ଯେଉଁ ତଥ୍ୟ ରଖିଛନ୍ତି ତାହା ଆପଣଙ୍କ ହୋସ ଉଡାଇଦେବ । ଗବେଷକଙ୍କ ମତରେ ୨୦୨୨ ମସିହା ଯାଏ ରଖିବେ ସାମାଜିକ ଦୂରତ୍ୱ । କାରଣ କରେନା ବିଶ୍ୱରୁ ଏକାଥରକେ ମୂଳପୋଛ ହୋଇଯିବ ନାହିଁ । ଏହା ପୁଣି ଫେରିବାର ସମ୍ଭାବନା ଅଧିକ । କିଛିଦିନ ଦବିଯାଇ ଏହା ପୁଣି ବ୍ୟାପିବ । ନିଦ୍ଦିଷ୍ଟ ସିଜିନରେ ଏହାର ବ୍ୟାପକତା ପୁଣି ବଢ଼ିବ ।ତେଣୁ ଅତିକମ୍ ରେ ଆସନ୍ତା ଦେଢ଼ବର୍ଷ ଅର୍ଥାତ ୨୦୨୨ ମସିହା ପର୍ଯ୍ୟନ୍ତ ସାମାଜିକ ଦୂରତା କଟକଣା ବଜାୟ ରଖିବାକୁ ଗବେଷକ କହିଛନ୍ତି ।

Get real time updates directly on you device, subscribe now.