fbpx

Breaking; ଟ୍ରେନ ଟ୍ରାକରେ ଯବାନଙ୍କ ମୃତଦେହ ଉଦ୍ଧାର: ହତ୍ୟା ନା ଆତ୍ମହତ୍ୟା? ପୋଲିସ କରୁଛି ଛାନଭିନ

Advertisement

କୋରାପୁଟ: କେରାପୁଟ ଟାଉନ ଥାନା ଅଞ୍ଚଳରୁ ଆସିଛି ଏକ ଦୁଃଖଦାୟକ ଘଟଣା । ଥାନା ଅନ୍ତର୍ଗତ ଲାଣ୍ଡିଗଡ଼ ନୂଆ କଲୋନୀ ନିକଟରେ ଜଣେ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସ୍ଥାନୀୟ ରେଳ ଲାଇନ ନିକଟରେ ଯବାନଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ପଡ଼ିଥିବା ଦେଖାଯାଇଛି । କିନ୍ତୁ ଏହି ମାମଲା ଏକ ହତ୍ୟା ନା ଆତ୍ମହତ୍ୟା ଘଟଣା, ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଖୁବଶୀଘ୍ର ମାମଲାର ସତ୍ୟତା ଜଣା ପଡ଼ିବ ବୋଲି ଆଶା କରାଯାଉଛି ।

ଅନ୍ୟ ପକ୍ଷରେ ବଲାଙ୍ଗୀର କଣ୍ଟାବାଞ୍ଜି ଅଞ୍ଚଳରୁ ମଧ୍ୟ ଏଭଳି ଏକ ଘଟରା ଦେଖିବାକୁ ମିଳିଛି । ନିକଟସ୍ଥ ଟ୍ରେନ ଲାଇନ୍ ପାଖରୁ ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତୁରେକେଲା ଷ୍ଟେସନ ନିକଟରେ ଉଭୟଙ୍କ ମୃତଦେହ ଠାବ କରାଯାଇଛି । ତେବେ ପ୍ରାଣ ହରାଇଥିବା ଦୁଇ ଦମ୍ପତ୍ତି ଲାଠୋର ଥାନା ଅଞ୍ଚଳର ହୋଇଥିବା ସୂଚନା ପାଇଛି ପୋଲିସ । ଏହି ମାମଲା ମଧ୍ୟ ରହସ୍ୟ ଘେରରେ ରହିଛି । ପ୍ରକୃତରେ ଉଭୟଙ୍କ ମୃତ୍ୟୁ ହତ୍ୟ ନା ଆତ୍ମହତ୍ୟା ତାହାର ସତ୍ୟତା ଖୋଜିବାରେ ଲାଗିଛି ସ୍ଥାନୀୟ ପୋଲିସ ।

Get real time updates directly on you device, subscribe now.