fbpx

(Video) ମେଲାଣି ନେଉଛନ୍ତି ଅବୁଝା କାକା, ମୁଖାଗ୍ନୀ ଦେଉଛନ୍ତି ଅଭାଗା ପୁତ୍ର ଅମ୍ଲାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିଜର ପ୍ରିୟ କଳାକାରଙ୍କୁ ହରାଇ ଆଜି ଝୁରୁଛି ସାରା ଓଡ଼ିଶା । ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ନାହିଁ କାହାରି ମୁହଁରେ କଥା କହିବାର ଶକ୍ତି । ସତେ ଯେମିତି ସମସ୍ତଙ୍କୁ ସେ ମୁକ କରିଦେଇ ଚାଲିଯାଇଛନ୍ତି । ଯେତେ ଯାହା କଲେ କଲେ ବି ପୁଣି ପଛକୁ ଫେରିବେ ନାହିଁ ଆମ ସଭିଁଙ୍କର ପ୍ରିୟ କାକା । କାକା ଆଜି ଅଭିମାନ କରିଛନ୍ତି, କାହା କଥା ବୁଝୁ ନାହାନ୍ତି । ହଜାର ହଜାର ପ୍ରଶଂସକଙ୍କ ଗହଣରେ ଆଜି କଟକର ସତୀଚୌରା ଶ୍ମଶାନ ଘାଟରେ ମେଲାଣି ନେଉଛି ଏହି ବର୍ଷିୟାନ କଳାକାର ସଭିଙ୍କ ଆପଣାର ମିହିର ଦାସ । ଶ୍ମଶାନ ଘାଟରେ ଶ୍ୱେତବସ୍ତ୍ର ପରିଧାନ କରି ଅଭାଗା ପୁତ୍ର ଅମ୍ଲାନ ଲୁହ ଛଳ ଛଳ ଆଖିରେ ଚିରନିଦ୍ରାରେ ଶୋଇଥିବା ପିତାଙ୍କୁ ଦେଇଛନ୍ତି ମୁଖାଗ୍ନୀ ।

ଗତକାଲି ୫୫ ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ଏପରି ଏକ ମହାନ କଳାକାରଙ୍କର ଅବସାନ ଘଟିଥିଲା । ଅଭିନୟରେ ସେ ଜଣେ କଳାକାର ନଥିଲେ ଥିଲେ ଜଣେ ମାଇଲଖୁଣ୍ଟ । ତାଙ୍କ ପରି କେତେଜଣ କଳାକାରଙ୍କ ପାଇଁ ତ ଦର୍ଶକମାନେ ସିନେମା ଘରକୁ ଧାଇଁ ଯାଇଥାନ୍ତି । ୧୯୭୯ ମସିହାରେ ମଥୁରା ବିଜୟ ଫିଲ୍ମ ମାଧ୍ୟମରେ ମିହିର ଅଭିନୟ ଜଗତରେ ପାଦ ଥାପିଥିଲେ । ଏହାପରେ ସେ ରାମାୟଣ, ଏହି ଆମ ସଂସାର, ଏହି ତ ଦୁନିଆ, ଆକାଶର ଆଖି, କନ୍ୟାଦାନ, ଲକ୍ଷ୍ମୀ ପ୍ରତିମା, ସୌଭାଗ୍ୟବତୀ, ସହର ଜଳୁଛି, ପାଗଳ କରିଛୁ ତୁ, ଗୁଣ୍ଡା, ଅଭୟ, ହିରୋ ନମ୍ବର ୱାନ, ରୋମିଓ ଜୁଲିଏଟ୍, ଓନଲି ପ୍ୟାର, ତୁ ମୋ ଲଭ ଷ୍ଟୋରି, ଶିଷ୍ଟର ଶ୍ରୀଦେବୀ ପରି ଏକାଧିକ ଫିଲ୍ମରେ ଅଭିନୟ କରି ନିଜର ଦକ୍ଷତାକୁ ପ୍ରମାଣିତ କରିଥିଲେ । ମିହିରଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରି ବିଶିଷ୍ଟ ରାଷ୍ଟ୍ରନେତାଙ୍କ ହୃଦୟ ମଧ୍ୟ ତରଳି ଯାଇଥିଲା । ଆଜି ଏହି ତେଜସ୍ୱୀ ବରପୁତ୍ରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍ ଅନ୍ନର ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.