fbpx
BJD SKY
BJD SKY

ବିରୋଧୀଦଳଙ୍କ ମେଗା ଶୋ;୨ ବର୍ଷ ପରେ ପରସ୍ପରକୁ ଭେଟିଲେ ସୋନିଆ-ମମତା, କ’ଣ ଆଲୋଚନା କଲେ ଦୁଇ ନେତ୍ରୀ

BJD

ବେଙ୍ଗାଲୁର:୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ବିରୁଦ୍ଧରେ ବେଙ୍ଗାଲୁରରେ ବିରୋଧୀଦଳମାନଙ୍କର ମହାଗଠବନ୍ଧନ ନେଇ ମେଗା ଶୋ’ ଆରମ୍ଭ ହୋଇଛି । କଂଗ୍ରେସ ସମସ୍ତ ବିରୋଧୀ ଦଳମାନଙ୍କର ଏହି ବୈଠକ ଡକାଇଛି । ଏହି ବୈଠକରେ ୨୬ ଦଳର ନେତା ଯୋଗ ଦେଇଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ମଧ୍ୟ ବୈଠକରେ ସାମିଲ ହେବା ଲାଗି ବେଙ୍ଗାଲୁରରେ ପହଞ୍ଚିଛନ୍ତି । ଏହି ସମୟରେ ମମତା ବାନାର୍ଜର୍ୀ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି । ଦୁଇଜଣ ପରସ୍ପରର ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିବା ସହ ଅନ୍ୟାନ୍ୟ ଭଲମନ୍ଦ ପଚାରି ବୁଝିଛନ୍ତି । ଏହି ସମୟରେ ରାଜନୈତିକ ଚର୍ଚ୍ଚା ବି ହୋଇଛି ।

ତେବେ ମିଳିଥିବା ସୂତ୍ର ଅନୁଯାୟୀ ମମତା ବାନାର୍ଜୀ ଓ ସୋନିଆ ଗାନ୍ଧୀଙ୍କ ମଧ୍ୟରେ ପ୍ରାୟ ୨ ବର୍ଷ ପରେ ଭେଟଭାଟ ହୋଇଛି । ଏହା ପୂର୍ବରୁ ଜୁଲାଇ ୨୦୨୧ରେ ମମତା ସୋନିଆ ଗାନ୍ଧୀଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ତେବେ ଏହି ଦୁଇ ନେତ୍ରୀଙ୍କ ମଧ୍ୟରେ ସର୍ବଦା ଭଲ ସମ୍ବନ୍ଧ ରହିଆସିଛି । ତେବେ ଗତ କିଛିଦିନ ତଳେ କଂଗ୍ରେସ ଓ ଟିଏମସି ମଧ୍ୟରେ କିଛି ମତାନ୍ତର ବି ଉପୁଜିଥିଲା । ମିଳିଥିବା ସୂତ୍ର ଅନୁଯାୟୀ ମମତା ପଶ୍ଚିମବଙ୍ଗର କଂଗ୍ରେସ ସାଂସଦ ଅଧୀର ରଞ୍ଜନଙ୍କ ସେହି ବୟାନ ଉପରେ ନାରାଜ ଥିଲେ ଯେଉଁଥିରେ ସେ ମମତାଙ୍କୁ ଏକଛତ୍ରବାଦୀ ଓ ଟିଏମସି କର୍ମଚାରୀଙ୍କୁ ଗୁଣ୍ଡା ବୋଲି କହିଥିଲେ ।
ବେଙ୍ଗାଲୁରରେ ଉଭୟଙ୍କ ମଧ୍ୟରେ ପ୍ରାୟ ଅଧ ଘଣ୍ଟା ଧରି କଥାବାର୍ତ୍ତା ହୋଇଥିଲା । ମିଳିଥିବା ସୂତ୍ର ଅନୁଯାୟୀ ଏମାନେ ସନ୍ଧ୍ୟା ୬ ଟାରେ ମିଟିଂରେ ପହଞ୍ଚିଥିଲେ । ଏହି ସମୟରେ ପରସ୍ପର ପରସ୍ପରକୁ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ମମତାଙ୍କର ନିକଟରେ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଥିଲା ଓ ସୋନିଆ ଗାନ୍ଧୀ ମଧ୍ୟ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ନେଇ ମେଡିକାଲ୍ ରେ ଭର୍ତ୍ତି ହୋଇଥିଲେ । ଏହା ବ୍ୟତିତ ଦୁଇ ନେତ୍ରୀ ସେହି ବିଷୟ ଉପରେ ଜୋର ଦେଇଥିଲେ ଯେପରିକି ଦୁଇ ଦଳ ମଜଭୁତ ଭାବରେ ଏକ ସଙ୍ଗେ କାମ କରି କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ଟକ୍କର ଦେଇପାରିବେ । କିନ୍ତୁ ମିଟିଂ ପରେ ମମତା ଡିନରରେ ବିଳମ୍ବରେ ପହଞ୍ଚିଥିଲେ । ସେ ନିଜର ସର୍ଜରୀ ଲାଗି କିଛି ବି ଖାଇ ନ ଥିଲେ । ଏଠାରେ ସୂଚାଇ ଦିଆଯାଇପାରେ ଯେ, ବିଜେପି ବିରୁଦ୍ଧରେ ବିରୋଧୀ ଏକତାକୁ ମଜଭୁତ କରିବା ଲାଗି କଂଗ୍ରେସ ଓ ଟିଏମସିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

Get real time updates directly on you device, subscribe now.