fbpx

ହିନ୍ଦି କିମ୍ବା ଅନ୍ୟ କୌଣସି ଭାଷାକୁ ନେଇ ଦେଶରେ ଏପରି ବିବାଦ ସୃଷ୍ଟି କରିବା ଅନୁଚିତ: ସୋନୁ (ଦେଖନ୍ତୁ Video)

Advertisement

ନୂଆଦିଲ୍ଲୀ: ଦେଶରେ ହିନ୍ଦି ଭାଷାକୁ ନେଇ ଚାଲିଥିବା ବିବାଦ ଉପରେ ନିଜର ମତ ରଖିଛନ୍ତି ବଲିଉଡ ସିଙ୍ଗର ସୋନୁ ନିଗମ । ସମ୍ବିଧାନର କୌଣସି ଧାରାରେ ହିନ୍ଦି ଦେଶର ରାଷ୍ଟ୍ରଭାଷା ବୋଲି ଲେଖା ଯାଇନାହିଁ । ତେଣୁ କିଏ ବଙ୍ଗାଳି କହିଲା, କିଏ ତାମିଲ କହିଲା ସେ ନେଇ କୌଣସି ପ୍ରଶ୍ନ ଉଠାଇବା ଅନୁଚିତ । ନିଜ ଦେଶ ଭିତରେ ରହି ପରସ୍ପରର ଭାଷାକୁ ଏପରି ଆକ୍ଷେପ କରିବା ଅନୁଚିତ । ଏକ କାର୍ଯ୍ୟକ୍ରମ ଅବସରରେ ହିନ୍ଦି ଭାଷାକୁ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ଏପରି କହିଛନ୍ତି ସୋନୁ ।

ସୋନୁ କହିଛନ୍ତି ଯେ, ମୁଁ ଜାଣିବାରେ ହିନ୍ଦି ରାଷ୍ଟ୍ର ଭାଷା ବୋଲି କୌଣସି ସ୍ଥାନରେ ଲେଖା ଯାଇନାହିଁ । ହିନ୍ଦି ଆମ ଦେଶରେ ସର୍ବାଧିକ କଥିତ ଭାଷା । ତାମିଲ ଓ ସଂସ୍କୃତ ଭାଷା ମଧ୍ୟରୁ କେଉଁଟା ପୁରୁଣା ତାହାକୁ ନେଇ ଅନେକ ସମୟରେ ମଧ୍ୟ ବିତର୍କ ହୋଇଥାଏ । ଆମର ପଡ଼ୋଶୀ ଦେଶରେ ଶାନ୍ତି ରହିଥିବା ବେଳେ ଆମେ ନିଜ ଦେଶରେ କାହିଁକି ବିବାଦ ସୃଷ୍ଟି କରିବା? ଯିଏ ଯେଉଁ ଭାଷାକୁ ଭଲ ପାଇଲା ସେ ଉକ୍ତ ଭାଷାକୁ ବ୍ୟବହାର କରିବ । ଏ ପ୍ରସଙ୍ଗରେ କୌଣସି ବୟାନ ଦେବା ଅନୁଚିତ ।

ସୂଚନାଯୋଗ୍ୟ ଯେ, ରାଷ୍ଟ୍ରଭାଷାକୁ ନେଇ ବଲିଉଡ ଅଭିନେତା ଅଜୟ ଦେବଗନ ଓ ତାମିଲ ଷ୍ଟାର କୀଚ୍ଚା ସୁଦୀପଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଥିଲା । ହିନ୍ଦୀ ଆମର ରାଷ୍ଟ୍ର ଭାଷା ନୁହେଁ ବୋଲି ଏକ ଫିଲ୍ମ ପ୍ରମୋସନ ଅବସରରେ ସୁଦୀପ କହିଥିଲେ । ତେବେ ସୁଦୀପଙ୍କ ଏହି ବୟାନର ଜବାବ ଦେଇଥିଲେ ଅଜୟ । ସୁଦୀପ ତାଙ୍କର ଫିଲ୍ମକୁ ହିନ୍ଦି ଭାଷାରେ କାହିଁକି ଡବିଂ କରୁଛନ୍ତି ବୋଲି ଅଜୟ ପ୍ରଶ୍ନ କରିଥିଲେ । ଏହା ପରେ ଦୁହିଁଙ୍କ ମଧ୍ୟରେ ବିବାଦ ଆରମ୍ଭ ହେବା ପରେ ସେ ସବୁ ଭାଷାକୁ ସମ୍ମାନ କରନ୍ତି ବୋଲି ସୁଦୀପ କହିଥିଲେ ।

Get real time updates directly on you device, subscribe now.