fbpx

ଟ୍ୱିଟର ନାଁ ଏବଂ ବ୍ରାଣ୍ଡ ବଦଳାଇବେ ଏଲନ ମସ୍କ, ସମସ୍ତ ପକ୍ଷୀ ଉଡ଼ାଇ ଦେବାକୁ ଦେଲେ ସୂଚନା

Advertisement

ନୂଆଦିଲ୍ଲୀ: ଟ୍ୱିଟର ମାଲିକ ଏଲନ ମସ୍କ ରବିବାର ଏକ ଆଶ୍ଚର୍ଯ୍ୟକର ଘୋଷଣା କରି କହିଛନ୍ତି ଯେ, ସେ ଟ୍ୱିଟର ନାମ ବଦଳାଇବାକୁ ଯାଉଛନ୍ତି । ମସ୍କ ଟ୍ୱିଟ୍ କରିଛନ୍ତି ‘ଆମେ ଖୁବଶୀଘ୍ର ଟ୍ୱିଟର ବ୍ରାଣ୍ଡ ଏବଂ ଧୀରେ ଧୀରେ ସମସ୍ତ ପକ୍ଷୀଙ୍କୁ ଅଲବିଦା କହିବୁ’। ସେ ଅନ୍ୟ ଏକ ଟୁଇଟ୍‌ରେ କହିଛନ୍ତି ଯେ, ‘ଯଦି ଆଜି ରାତିରେ ଏକ ଭଲ X ଲୋଗୋ ପୋଷ୍ଟ କରାଯାଏ, ତେବେ ଆସନ୍ତାକାଲି ଆମେ ସମଗ୍ର ବିଶ୍ବରେ ସକ୍ରିୟ ରହିବୁ।

ବୀଶ୍ୱର ଧନୀ ବ୍ୟକ୍ତି ଏଲନମସ୍କଙ୍କ ମୁଣ୍ଡରେ ଅନେକ ଦିନ ହେବ X ନାମ ରହିଛି । ‘X’ ନାମ ବର୍ତ୍ତମାନ କିଛି ସମୟ ପାଇଁ କୋଟିପତିଙ୍କ ମନରେ ଅଛି। ନୂତନ ସିଇଓ ଲିଣ୍ଡା ୟାକାରିନୋଙ୍କୁ ସ୍ୱାଗତ କରି ମସ୍କ ଏପ୍ରିଲରେ ଟ୍ୱିଟ କରି କହିଛନ୍ତି ଯେ ଏହି ପ୍ଲାଟଫର୍ମକୁ X, ସବୁକିଛି ଆପରେ ପରିଣତ କରିବା ପାଇଁ ଲୀଣ୍ଡାଙ୍କ ସହ କାମ କରିବାକୁ ଅପେକ୍ଷା କରିଛି। ଅକ୍ଟୋବରରେ, ସେ କହିଥିଲେ, ଟୁଇଟର କିଣିବା ସବୁକିଛି X ଆପ୍ କରିବା ଦିଗରେ ଏକ ପଦକ୍ଷେପ ଅଟେ।

ମିନି ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ଲୋଗୋ ଏକ ନୀଳ ଚଢ଼େଇ ଆମର ସବୁଠାରୁ ସ୍ୱୀକୃତିପ୍ରାପ୍ତ ସମ୍ପତ୍ତି, ” ସେଥିପାଇଁ ଆମେ ଏହାକୁ ଏତେ ସୁରକ୍ଷିତ କରୁଛୁ । “ତେବେ ଏପ୍ରିଲରେ ଡୋଗେକ୍‌ଏନ୍ ର ଶିବା ଇନୁ କୁକୁର ଦ୍ୱାରା ଏହି ପକ୍ଷୀକୁ ଅସ୍ଥାୟୀ ଭାବରେ ବଦଳାଯାଇଥିଲା। ଗତବର୍ଷ ଏଲନ ମସ୍କ ଟ୍ୱିଟର କିଣିବା ପରେ ଏହାର ଅନେକ କର୍ମଚାରୀଙ୍କୁ ଛଟେଇ କରିବା ପରେ ବାରମ୍ବାର ଏହାର ଟେକ୍‌ନିକ୍‌ରେ ବିଫଳତାର ସାମ୍ନା କରିବାକୁ ପଡ଼ିଥିଲା । ଏହାରି ମଧ୍ୟରେ ଟ୍ୱିଟର ରାଜସ୍ୱ ହ୍ରାସ ପାଇଥିବା ବେଳେ ଏହାର ପୁନଃଉଦ୍ଧାର କରିବା ପାଇଁ ଏଲନ ମସ୍କ ଅନେକ ପ୍ରୟାସ କରୁଛନ୍ତି ।

Get real time updates directly on you device, subscribe now.