fbpx

ବିମାନବନ୍ଦରରେ ଆପଣଙ୍କର ଚେହେରା ହେବ ବୋର୍ଡିଂ ପାସ୍: ଭିଡ଼ରୁ ମିଳିବ ମୁକ୍ତି, ଖୁବଶୀଘ୍ର ଆରମ୍ଭ ହେବ ଏହି ସେବା

Advertisement

ନୂଆଦିଲ୍ଲୀ : କୌଣସି ସ୍ଥାନକୁ ଯିବା ସମୟରେ ଯାତ୍ରୀମାନେ ଅନେକ ସମୟରେ ବିମାନ ବନ୍ଦରରେ ଭିଡ଼ରେ ଫସିଯାଇଥାନ୍ତି । ଏହି ଭିଡ଼କୁ କମାଇବା ପାଇଁ ସରକାର ନିରନ୍ତର ପଦକ୍ଷେପ ନେଉଛନ୍ତି । ଏହାରି ମଧ୍ୟରେ ଆଉ ଏକ ନୂଆ ଟେକ୍ନୋଲୋଜି ସାମ୍ନାକୁ ଆସିଛି । ଯେଉଁଥିରେ ଆପଣଙ୍କ ମୁହଁରୁ ହିଁ ବୋର୍ଡି ପାସ୍ ହେବ, ଯାହା ଦ୍ୱାରା ଆଉ ବିମାନବନ୍ଦରେ ଭିଡ଼ ହେବ ନାହିଁ । ଏହି ଟେକ୍ନୋଲୋଜି ବିମାନବନ୍ଦରେ ହେଉଥିବା ଭିଡ଼କୁ ୩୦ ପ୍ରତିଶତ କମାଇଦେବ ।

ଗତବର୍ଷ ଦିଲ୍ଲୀ ବିମାନ ବନ୍ଦରେ ଅଚାନକ ଭିଡ଼ ବଢିଯିବାରୁ ବିମାନ ଚଲାଚଳ ମନ୍ତ୍ରୀ ଘଟଣାର ସମିକ୍ଷା କରି ଉହାର ସମାଧାନ କରିବାକୁ ଅଧିକାରୀ ମାନଙ୍କୁ କହିଥିଲେ । ଯାହା ପରେ ଏହି ନୂଆ ଟ୍‌କ୍‌ନୋଲୋଜି ଅଣାଯାଇଛି, ଯାହା ଦ୍ୱାରା ଏବେ ବୋର୍ଡି ପାସ୍ ହେବ । ଏରୋସ୍ପେସ୍‌, ସ୍ପେସ୍‌, ସୁରକ୍ଷା ଏବଂ ପରିବହନ କମ୍ପାନୀ ଥାଲେସ୍ ପ୍ରତିରକ୍ଷା ଭାରତୀୟ ବିମାନବନ୍ଦର ଅପରେଟରମାନଙ୍କ ସହିତ ଏହି ଦିଗରେ କାର୍ଯ୍ୟ କରୁଛି । ଯାହାଫଳରେ ବିମାନବନ୍ଦରରେ ଆପଣଙ୍କର ସୁରକ୍ଷା ଯାଞ୍ଚ କ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ସହିତ ଯୋଗାଯୋଗ ନକରି କିମ୍ବା ସହଜରେ ଯାତ୍ରା କରିପାରିବେ ।

ଥାଲେସ୍ ଉପାଧ୍ୟକ୍ଷ ଏବଂ ଭାରତରେ କମ୍ପାନୀର ମୁଖ୍ୟ ଆଶିଷ ସରାକ କହିଛନ୍ତି ଯେ, ତାଙ୍କର କମ୍ପାନୀ ଏପରି ସମାଧାନ ବିକଶିତ କରିଛନ୍ତି । ଯାହା ଦ୍ୱାରା ଲୋକମାନଙ୍କର ଚେହେରା ସେମାନଙ୍କ ବୋର୍ଡି ପାସ୍ ହେବ । ଆପଣଙ୍କ ଫୋନ୍‌ରେ ଡିଜିଯାତ୍ରା ଆପ୍ ଆପଣଙ୍କୁ ବୋର୍ଡି ଯାତ୍ରା ପଞ୍ଜିକରଣ, ଆପନଙ୍କ ଚେହେରା ସ୍କାନ୍ କରିବାକୁ ଅନୁମତି ଦେବ । ଏହା ଆଧାରରେ ଆପଣଙ୍କର ବାୟୋମେଟ୍ରିକ୍ସ ସହିତ ଚେହେରାକୁ ପ୍ରାମାଣିକରଣ କରେ ଏବଂ ଡିଜିଯାତ୍ରା ଦ୍ୱାରା ଜଣେ ସକ୍ଷମ ଯାତ୍ରୀ ଭାବରେ ନିଜକୁ ପଞ୍ଜିକରଣ କରେ ।

ଏହାପରେ ଯାତ୍ରୀ ସେମାନଙ୍କର ଚେହେରା ସ୍କାନ୍ କରି ପ୍ରବେଶ କରିପାରିବେ । କାରଣ ଆପଣଙ୍କ ପରିଚୟ ପୁର୍ବରୁ ଏହା ସହିତ ପୁର୍ବରୁ ପ୍ରମାଣିତ ହୋଇଛି । ତେବେ ଏଥିପାଇଁ ଯାତ୍ରୀଙ୍କୁ ପ୍ରଥମେ ଡିଜିଯାତ୍ରା ଆପ୍ ଆପଣଙ୍କ ଫୋନ୍‌ରେ ଇନଷ୍ଟଲ୍ କରି ପଞ୍ଜିକୃତ କରିବାୁ ପଡ଼ିବ ।

Get real time updates directly on you device, subscribe now.