fbpx

ଶ୍ୱେତା ଆତ୍ମହତ୍ୟା ଅପଡେଟ୍: ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ପୋଲିସ ଉଠାଇ ନେଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ ରାଜଧାନୀରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲାରେ ନୂଆ ଅପଡେଟ୍ ଆସିଛି । ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ କମିଶନରେଟ୍ ପୋଲିସ ଉଠାଇ ନେଇଛି । ସୌମ୍ୟଜିତଙ୍କ ସମ୍ବଲପୁରର ବଂଶୀଧରନଗର ସ୍ଥିତ ବାସଭବନରୁ ପୋଲିସ ତାଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି । ଶ୍ୱେତାଙ୍କ ମୃତ୍ୟୁ ପାଇଁ ସୌମ୍ୟଜିତଙ୍କୁ ଦାୟୀ କରି ଥାନାରେ ମାମଲା ଦାୟର କରିଥିଲେ ଶ୍ୱେତାଙ୍କ ପରିବାର ବର୍ଗ ।

ସୂଚନାଯୋଗ୍ୟ ଯେ, ଶ୍ୱେତା-ସୌମ୍ୟଜିତ ଦୀର୍ଘଦିନ ଧରି ଏକତ୍ର ଲିଭ-ଇନ ରିଲେସନସିପରେ ରହି ଆସୁଥିଲେ । ପରବର୍ତ୍ତୀ ସମୟରେ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଏହାକୁ ନେଇ ଶ୍ୱେତା ଘୋର ମାନସିକ ଚାପରେ ରହିଥିଲେ । ୨୦୧୮ରେ ଦୁହେଁ ଏକ ଆଇଟି କମ୍ପାନୀରେ ଚାକିରି କରିଥିଲେ । ସେହି ସମୟରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଏହାପରେ ଶ୍ୱେତାଙ୍କ ପରିବାର ପକ୍ଷରୁ ବିବାହ ପାଇଁ ଶ୍ୱେତାଙ୍କ ପରିବାରକୁ ପ୍ରସ୍ତାବ ଦିଆଯାଇଥିଲା । ମାତ୍ର ସୌମ୍ୟଜିତଙ୍କ ପରିବାର ଯୌତୁକ ବାବଦକୁ ୩୦ ଲକ୍ଷ ଦାବି କରିଥିଲେ । ଫଳରେ ବିବାହ ଭାଙ୍ଗିଯିବା ସହିତ ପ୍ରେମ ସମ୍ପର୍କ ମଧ୍ୟ ଭାଙ୍ଗି ଯାଇଥିଲା ।

ଏହାପରେ ସୌମ୍ୟଜିତ ବିଭିନ୍ନ ସମୟରେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ, ଭିଡିଓ ଭାଇରାଲ କରିଦେବା ନେଇ ଧମକ ଦେଉଥିଲେ । ଏନେଇ ଦୁଇ ପରିବାର ମଧ୍ୟରେ ବୁଝାମଣା ହୋଇଥିଲେ ହେଁ ସମାଧାନର ବାଟ ବାହାରି ପାରିନଥିଲା । ମାନସିକ ଚାପର ବଶବର୍ତ୍ତୀ ହୋଇ ଶ୍ୱେତା ଶେଷରେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ପକ୍ଷରୁ ମାମଲା ଦାୟର ହୋଇଥିଲା । ଏହି ମାମଲାରେ ପୂର୍ବରୁ ସୌମ୍ୟଜିତ ଜାମିନ ପାଇଁ ଆଗୁଆ ଆବେଦନ ମଧ୍ୟ କରିଥିଲେ ।

Get real time updates directly on you device, subscribe now.