fbpx

ସୌମ୍ୟ-ସୋନାଲିଙ୍କ କଲ୍ ଡିଟେଲ୍ସ, ହ୍ୱାଟସଆପ୍ ଚାଟ୍ ସଂଗ୍ରହ କଲା ପୋଲିସ: ଖୁବଶୀଘ୍ର ପ୍ରେମିକାଙ୍କୁ କରାଯିବ ଜେରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଡେଲ ତଥା ବ୍ୟବସାୟୀ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁକୁ ନେଇ ବର୍ତ୍ତମାନ ଜୋରଦାର ଚର୍ଚ୍ଚା ଜାରି ରହିଛି । ଇତିମଧ୍ୟରେ ସୌମ୍ୟଙ୍କ ପରିବାର ବର୍ଗଙ୍କ ବୟାନ ଏହି କାହାଣୀର ଅନ୍ୟ ଏକ ଦିଗକୁ ଇସାରା କରୁଛି । ସୌମ୍ୟ ଓ ତାଙ୍କର ଗାର୍ଲଫ୍ରେଣ୍ଡ ସୋନାଲି ପରସ୍ପରକୁ ଭଲ ପାଉଥିବା ବେଳେ ଏପରି କ’ଣ ଘଟିଥିଲା କି ସୌମ୍ୟ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ । ତେବେ ଏହା ମଧ୍ୟରେ ଇନଫୋସିଟି ପୋଲିସ ଦୁହିଁଙ୍କର ହ୍ୱାଟସଆପ୍ ଚାଟ ସହ କଲ ଡିଟେଲ୍ସ ସଂଗ୍ରହ କରିଛି । ଖୁବଶୀଘ୍ର ସୋନାଲିଙ୍କୁ ଜେରା କରାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।

ତେବେ ଏହା ମଧ୍ୟରେ ମୃତ ସୌମ୍ୟଙ୍କ ଭଉଣୀ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ମୋ ଭାଇ ସୌମ୍ୟ ଆତ୍ମହତ୍ୟା କରିବା ପୂର୍ବରୁ ସୋନାଲିଙ୍କୁ ୩୬ ଥର କଲ୍ କରିଥିଲା । ଏହାପରେ ସୌମ୍ୟ ମୁଁ ଚାଲିଲି ବୋଲି ମେସେଜ କରିଥିଲା । ମାତ୍ର ସୋନାଲି ମେସେଜ୍ ଦେଖିବା ପରେ ବି କାହାକୁ କିଛି କହିନଥିଲେ । ସେ ଯଦି ଏ ବିଷୟରେ ଆମକୁ ଜଣାଇଥାନ୍ତେ, ହୁଏତ ଆଜି ମୋ ଭାଇ ବଞ୍ଚିଥାନ୍ତେ । ସୋନାଲିଙ୍କ ବିଷୟରେ ଅନେକ ପ୍ରମାଣ ମୋ ପାଖରେ ଅଛି । ସୋନାଲିଙ୍କ ବାପା ମୋ ବାପାଙ୍କ ସହ କଥା ହୋଇ ଭୁଲ୍ ମାଗିବା ସହ ମାମଲାର ଦଫାରଫା କରିବାକୁ କହିଥିଲେ । ସେ ଝିଅ ପାଇଁ ହିଁ ମୋ ଭାଇର ମୃତ୍ୟୁ ଘଟିଛି, ତେଣୁ ତାକୁ କଠୋରରୁ କଠୋର ଦଣ୍ଡ ଦିଆଯିବ । ସେ ମୋ ଭାଇ ପରି ଅନେକ ପୁଅଙ୍କ ଜୀବନ ସହ ଖେଳିଛି । ଏହା ସୁଇସାଇଡ୍ ନୁହେଁ, ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ।

Get real time updates directly on you device, subscribe now.