fbpx

ଲୋକସଭା ନିର୍ବାଚନରେ ମାତ୍ର ୫ଟି ସିଟରେ ଜିତିବ, ମୋତେ PM ବନାଇଦେବ? ନିଜେ ପ୍ରଥମେ CM ହୁଅ ଅଖିଳେଶ: ଗର୍ଜନ କଲେ ମାୟାବତୀ

Advertisement

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି, ଦେଶରେ ରାଜନୀତିକ ମହଲ ସେତିକି ସରଗରମ୍ ହେବାରେ ଲାଗିଛି । ଏହା ମଧ୍ୟରେ ଦେଶର ସର୍ବବୃହତ୍ ନିର୍ବାଚନୀ କ୍ଷେତ୍ର ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି (ଏସପି) ଓ ବହୁଜନ ସମାଜବାଦୀ ପାର୍ଟି (ବିଏସପି) ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିଛି । ସପା ଅଧ୍ୟକ୍ଷ ଅଖିଳେଶ ଯାଦବ ଓ ବସପା ସୁପ୍ରିମୋ ମାୟାବତୀ ମୁହାଁମୁହିଁ ହୋଇଛନ୍ତି ।

ନିକଟରେ ଅଖିଳେଶ କହିଥିଲେ ଯେ, ମୁଁ ଚାହୁଁଛି ମାୟାବତୀ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ । ଅଖିଳେଶଙ୍କର ବୟାନର କଡ଼ା ଜବାବ ଦେଇ ମାୟାବତୀ କହିଛନ୍ତି ଯେ, ଯିଏ ଏକାଧିକ ଦଳ ସହିତ ଗଠବନ୍ଧନ କରିବା ପରେ ବି ନିଜର ମୁଖ୍ୟମନ୍ତ୍ରୀ ହେବା ସ୍ୱପ୍ନକୁ ପୂରଣ କରିପାରିଲା ନାହିଁ, ସିଏ ଅନ୍ୟକୁ ପିଏମ ବନାଇବା ସ୍ୱପ୍ନ କେମିତି ସାକାର କରିପାରିବ । ସପା ମୁଖିଆ ୟୁପିରେ ମୁସଲିମ ଓ ଯାଦବଙ୍କ ଭୋଟ ପାଇବା ଆଶାରେ ଅନେକ ଦଳ ସହିତ ଗଠବନ୍ଧନ କରିଥିଲେ । ଏସବୁ ପରେ ବି ତାଙ୍କର ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଇଥିଲା ।

ସେ ପୁଣି କହିଥିଲେ, ଯେଉଁ ଦଳ ଲୋକସଭା ନିର୍ବାଚନରେ ବସପା ସହିତ ମେଣ୍ଟ କରି ମାତ୍ର ୫ଟି ସିଟ୍ ଜିତିପାରିଥିଲା, ସେ ଦଳ ବସପା ମୁଖିଆଙ୍କୁ କେମିତି ପିଏମ୍ ବନାଇ ପାରିବ । ତେଣୁ ସପା ଅଧ୍ୟକ୍ଷ ଏଭଳି ଶସ୍ତା ମନ୍ତବ୍ୟ ଦେବାରୁ ବିରତ ରୁହନ୍ତୁ । ମୁଁ ସିଏମ୍, ପିଏମ୍ ହୋଇପାରେ ବା ନପାରେ, ମାତ୍ର ଦଳିତ ଓ ଉପେକ୍ଷିତ ବର୍ଗର ଲୋକଙ୍କ ହିତସାଧାନ ପାଇଁ ଦେଶର ରାଷ୍ଟ୍ରପତି କେବେ ବି ବନିପାରିବି ନାହିଁ । ଏବେ ୟୁପିରେ ସପାର ସିଏମ ବନିବାର ସ୍ୱପ୍ନ ଚୁରମାର ହୋଇଯାଇଛି । ସୂଚନାଯୋଗ୍ୟ ଯେ, ଅଖିଳେଶ-ମାୟାବତୀ ବିବାଦ ଦୁଇଦିନ ପୂର୍ବରୁ ଆରମ୍ଭ ହୋଇଥିଲା । ବସପାର ଭୋଟ ବ୍ୟାଙ୍କ ବିଜେପି ହାସଲ କରିନେଇଛି । ତେରୁ ଆଗକୁ ବିଜେପି ମାୟାବତୀଙ୍କୁ ରାଷ୍ଟ୍ରପତି ବନାଇବ ବୋଲି ଏକ କାର୍ଯ୍ୟକ୍ରମରେ ଅଖିଳେଶ କହିଥିଲେ ।

Get real time updates directly on you device, subscribe now.