fbpx

ସପା ନେତା ଓ ତାଙ୍କ ପୁଅକୁ ଗୁଳି କରି ହତ୍ୟା, ଫାୟାରିଂର ଲାଇଭ୍ ଭିଡିଓ ଭାଇରାଲ

Advertisement

ଉତ୍ତର ପ୍ରଦେଶର ସମ୍ଭଳ ଜିଲ୍ଲାରେ ସମାଜବାଦୀ ପାର୍ଟିର ନେତା ଛୋଟେଲାଲ ଓ ତାଙ୍କ ପୁଅକୁ ଗୁଳି ମାରି ହତ୍ୟା କରାଯାଇଛି । ଆଜି ସକାଳେ ହିଁ ଛୋଟେଲାଲ ଓ ତାଙ୍କର ୨୮ ବର୍ଷିୟ ପୁଅ ସୁନୀଲ କୁମାରକୁ ୨ ଦୃର୍ବୁତ୍ତ ଗୁଳି କରିଥିଲେ । ଫାୟାରିଂର ଲାଇଭି ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ତେବେ ଦୁଇ ବାପ-ପୁଅ ବହଜୋଇ ଥାନା ଅଞ୍ଚଳରେ ଥିବା ଶମଶୋଇ ଗାଁକୁ ବୁଲି ଯାଇଥିଲେ । କିଛି ଘଟଣାକୁ ନେଇ ବିବାଦ ପରେ ସେମାନଙ୍କୁ ଦୁଇ ଦୃର୍ବୁତ୍ତ ଗୁଳି କରିଥିଲ, ଫଳରେ ଘଟଣାସ୍ଥଳରେ ହିଁ ବାପ-ପୁଅଙ୍କ ମୃତ୍ୟୁ ଘଟିଥିଲା । ସୂଚନା ମିଳିବା ମାତ୍ରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିଥିଲେ । ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.