fbpx

ସ୍ପୋର୍ଟ୍ସ ଇନୋଭେସନ ଫେଷ୍ଟିଭାଲରେ ମୁଖ୍ୟମନ୍ତ୍ରୀ ସାମିଲ

ଭୁବନେଶ୍ୱର,୧୯ ।୧(ଓଡିଶା ଭାସ୍କର): କଳିଙ୍ଗ ଷ୍ଟାଡିୟମରେ ସ୍ପୋର୍ଟ୍ସ ଇନୋଭେସନ ଫେଷ୍ଟିଭାଲ ଆରମ୍ଭ ହୋଇଯାଇଛି । ଫେଷ୍ଟିଭାଲର ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇଛନ୍ତି । ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜର ଉଦବୋଧନରେ କହିଛନ୍ତି ଯେ, କ୍ରୀଡ଼ାର ନବଉନ୍ମେଷ ଓ ଉଦ୍ୟମିତା ପାଇଁ ମଞ୍ଚ ସୃଷ୍ଟି କରିବାକୁ ଚାହୁଁଛୁ । କ୍ରୀଡ଼ା ଉଦ୍ୟୋଗ ଓ କ୍ରୀଡ଼ାବିତ୍‌ଙ୍କ ବିକାଶ ପାଇଁ ଉଦ୍ୟମ କରୁଛୁ । ପ୍ରଦର୍ଶନ ଉତ୍କର୍ଷ କେନ୍ଦ୍ରଗୁଡ଼ିକ ଜ୍ଞାନର ବିନିମୟ ଓ ଶିକ୍ଷାକୁ ବ୍ୟାପକ କରିବ । ଓଡ଼ିଶାକୁ ଲଗାତାର ୨ ବର୍ଷ ‘ସ୍ପୋର୍ଟସ ଷ୍ଟାର ଏସ୍‌’ ପୁରସ୍କାର ମିଳିଛି । ଯୁବପିଢ଼ି ଭିତରେ କ୍ରୀଡ଼ା ସଂସ୍କୃତି ପ୍ରତି ଆଗ୍ରହ ସୃଷ୍ଟି ହେଉ ବୋଲି ନବୀନ କହିଛନ୍ତି ।

Get real time updates directly on you device, subscribe now.