fbpx
BJD SKY
BJD SKY

WFI ସଭାପତିଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ, ୭୨ ଘଣ୍ଟା ମଧ୍ୟରେ ଜବାବ ଦେବାକୁ କହିଲେ କେନ୍ଦ୍ର ସରକାର

BJD

ନୂଆଦିଲ୍ଲୀ: ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଶୋଷଣ ଅଭିଯୋଗରେ କ୍ରୀଡ଼ା ମନ୍ତ୍ରଣାଳୟ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ଠାରୁ ଜବାବ ମାଗିଛି। ବର୍ତ୍ତମାନ କୁସ୍ତିଯୋଦ୍ଧା ଏବଂ କୁସ୍ତି ସଙ୍ଗଠନ ମଧ୍ୟରେ ଚାଲିଥିବା ବିବାଦରେ କେନ୍ଦ୍ର ମଧ୍ୟ ହସ୍ତକ୍ଷେପ କରିବା ସହିତ ଏହି ମାମଲାକୁ ଗୁରୁତର ସହିତ ନେଇଛନ୍ତି। କମନୱେଲଥ ଗେମ୍ସ ଏବଂ ଏସୀୟ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିବା ପ୍ରଥମ ଭାରତୀୟ ତାରକା ମହିଳା ରେସଲର ବିନେଶ ଫୋଗାଟ ବୁଧବାର ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ଏବଂ ଏହାର ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।

ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିବା ଭେଟେରାନ୍ ଆଥଲେଟ୍ ବିନେଶ ଫୋଗେଟ୍ କହିଛନ୍ତି ଯେ ବର୍ଷ ବର୍ଷ ଧରି ଜାତୀୟ କୋଚ୍ ଦ୍ୱାରା ମହିଳା କୁସ୍ତିଯୋଦ୍ଧାମାନେ ନିର୍ଯାତିତ ହୋଇଥିଲେ। ବୁଧବାର ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଡବ୍ଲୁଏଫଆଇ ସଭାପତିଙ୍କୁ ହଟାଇବାକୁ ଦାବି କରିଛନ୍ତି ଅନେକ ଭେଟେରାନ ଆଥଲେଟ୍ ଦାବି କରିଛନ୍ତି। ଏହି ପ୍ରତିବାଦରେ ରିଓ ଅଲିମ୍ପିକ୍ ପଦକ ବିଜେତା କୁସ୍ତି ସାକ୍ଷୀ ମଲିକ୍, ସରିତା ମୋର୍ ଇତ୍ୟାଦି ମଧ୍ୟ ସାମିଲ ହୋଇ ଧାରଣାରେ ବସିଥିଲେ।

 

Get real time updates directly on you device, subscribe now.