fbpx

(video): ଭିନେଶ ଫୋଗଟଙ୍କ ସନ୍ୟାସରେ ସ୍ତବ୍ଧ ହେଲା ଦେଶ, କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ କହିଲେ, ‘ତମେ ହାରି ନାହଁ, ତମକୁ ହରେଇ ଦିଆଯାଇଛି’

ଓଡିଶା ଭାସ୍କର: ଭିନେଶ ଫୋଗଟ ପ୍ୟାରିସ ଅଲିମ୍ପିକ୍ସ କୁସ୍ତିରେ ମହିଳା ୫୦ କିଲୋଗ୍ରାମ ବର୍ଗରେ ନିଜର ସ୍ୱର୍ଣ୍ଣ ପଦକ ମୁକାବିଲା ପାଇଁ ସ୍ଥାନ ପକ୍କା କରି ସାରିଥିଲେ । ଯାହା ଗତକାଲି ରାତିରେ ଖେଳାଯିବାର ଥିଲା । ମାତ୍ର ଓଜନ କାରଣରୁ ତାଙ୍କୁ ଅଲିମ୍ପିକ୍ସରୁ ବାହାର ହେବାକୁ ପଡିଲା । ଏହା ହେବା ପରେ ସାରା ଦେଶ କାନ୍ଦିଲା ଓ ସ୍ତବ୍ଧ ହୋଇଗଲା । ଶବ୍ଦ ନ ଥିଲା ପ୍ରଶଂସକ କ’ଣ କହିବେ । କାରଣ ସେ ଫାଇନାଲରେ ସ୍ୱର୍ଣ୍ଣ ଜିତିବାର ବେଶ୍ ଆଶା ଥିଲା । ମାତ୍ର ଏହା ନିରାଶର କାରଣ ସାଜିଲା ।

ଏତେସବୁ ଘଟଣା ପରେ ଭିନେଶ ବେହୋସ ହେଇ ହସ୍ପିଟାଲରେ ଚିକିତ୍ସିତ ହେଲେ । ଆଉ ଆଜି ସେ କୁସ୍ତି ଜିତିଲା ଓ ସେ ହାରିଗଲେ ବୋଲି କହି ସନ୍ୟାସ ଘୋଷଣା କରିଛନ୍ତି । ତାଙ୍କର ସନ୍ୟାସ ପରେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲ୍ଲିକ ନିଜର ପ୍ରତିକ୍ରିୟା ଦେଇଛନ୍ତି । ନିଜର ମା’ଙ୍କୁ ସେ ଭାବବିହ୍ୱଳ ହୋଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଏହାର ପ୍ରତ୍ୟୁତ୍ତରରେ ବଜରଙ୍ଗ ପୁନିଆ ଲେଖିଛନ୍ତି ଯେ, ସେ ହାରି ନାହାନ୍ତି ବରଂ ତାହାଙ୍କୁ ହରେଇ ଦିଆଯାଇଛି । ଦେଶ ପାଇଁ ସେ ସର୍ବଦା ବିଜେତା ରହିବେ ବୋଲି ମଧ୍ୟ ଜଣାଇଛନ୍ତି ବଜରଙ୍ଗ ।

ସେପଟେ ୨୦୧୬ ରିଓ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜୟିନୀ କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ ଲେଖିଛନ୍ତି ଯେ, ଭିନେଶ ହାରି ନାହାନ୍ତି ବରଂ ସେହି ସମସ୍ତ ଝିଅ ହାରିଛନ୍ତି ଯେଉଁମାନଙ୍କ ସହ ସେ ଲଢିଛନ୍ତି ଓ ଜିତିଛନ୍ତି ।

Get real time updates directly on you device, subscribe now.