fbpx

(video): ସୁନ୍ଦରତା ସାଜିଲା ସ୍ୱିମରଙ୍କ ପାଇଁ କାଳ! ଅଲିମ୍ପିକ୍ସରୁ ବାହାର କରି ଦିଆଗଲା, ଅନ୍ୟ ଖେଳାଳିଙ୍କ ଧ୍ୟାନ କରୁଥିଲେ ଆକର୍ଷଣ….

ଓଡିଶା ଭାସ୍କର: ପ୍ୟାରିସ ଅଲିମ୍ପିକ୍ସକୁ କେହି ଭୁଲି ପାରିବେ ନାହିଁ । ପ୍ରତିଦିନ କିଛି ନା କିଛି ଅସାଧାରଣ ଘଟଣା ଅଲିମ୍ପିକ୍ସରେ ଦେଖିବାକୁ ମିଳୁଛି । ଦିନ ଗଡିଯାଉଛି । ଅଲିମ୍ପିକ୍ସରେ ଭିନ୍ନ ଭିନ୍ନ ଘଟଣା ଘଟୁଛି । ଏହିକ୍ରମରେ ପାରଗୁଏର ସ୍ୱିମର ଲୁଆନା ଅଲୋନସୋ ସାମିଲ ହୋଇଛନ୍ତି । କଥିତ ଭାବରେ ତାଙ୍କୁ ଅଲିମ୍ପିକ୍ସରୁ ଏଥି ପାଇଁ ବାହାର କରି ଦିଆଗଲା ସେ ଅତ୍ୟଧିକ ସୁନ୍ଦର ଦେଖାଯାଆନ୍ତି ବୋଲି ।

 

View this post on Instagram

 

A post shared by Luana Alonso (@luanalonsom)

ରିପୋର୍ଟ ଅନୁସାରେ, ସୋସିଆଲ ମିଡିଆ ଏବେ ତାଙ୍କୁ ନେଇ ବେଶ୍ ଚର୍ଚ୍ଚା କରୁଛି । ତାଙ୍କର ବିନା ଦୋଷରେ ସେ ଅଲିମ୍ପିକ୍ସରୁ ବାହାର ହେବା କେତେ ଦୂର ଠିକ ବୋଲି ପ୍ରଶଂସକମାନେ ଆୟୋଜକଙ୍କୁ ନିଶାଣ ବନାଇଛନ୍ତି । ତାଙ୍କର ସୁନ୍ଦରତା ଅନ୍ୟ ଖେଳାଳିଙ୍କ ଦୃଷ୍ଟି ଆକର୍ଷଣ କରୁଛି ଓ ସେ ଖେଳାଳିମାନେ ନିଜ ଲକ୍ଷ୍ୟ ଉପରେ ଫୋକସ କରିବାରୁ ନ ଥିବା କୁହାଯାଉଛି । ଫଳରେ ପାରାଗୁଏର ଏହି ୨୦ ବର୍ଷୀୟ ସ୍ୱିମରକୁ ଅଲିମ୍ପିକ୍ସ ଗ୍ରାମରୁ ବାହର କରି ଦିଆଯାଇଛି ।

ଏହାବାଦ ଲୁଆନାଙ୍କ ସୁନ୍ଦରତା ସାଙ୍ଗକୁ ତାଙ୍କର ବ୍ୟବହାର ଟିମର ମାହୋଲକୁ ଖରାପ କରୁଥିବାର ଆରୋପ ମଧ୍ୟ ତାଙ୍କ ଉପରେ ଲାଗିଛି । ମାତ୍ର ଲୁଆନା ନିଜେ ଏହି ଖବର ଉପରେ ପ୍ରତିକ୍ରିୟା ରଖିଛନ୍ତି ସୋସିଆଲ ମିଡିଆରେ । ସେ କହିଛନ୍ତି ଯେ, ଏହା ସତ୍ୟତା ନୁହେଁ । ସେ ଅଲିମ୍ପିକ୍ସ ଗ୍ରାମରେ ହିଁ ରହିଛନ୍ତି । ତାଙ୍କୁ ନେଇ ଗୁଜବ ସୃଷ୍ଟି କରଯାଉଛି । ଏହା ତାଙ୍କର ଲକ୍ଷ୍ୟକୁ ତିଳେ ମାତ୍ର ଭ୍ରଷ୍ଟ କରି ପାରିବ ନାହିଁ ବୋଲି ନିଜେ ଲୁଆନା କହିଛନ୍ତି ।

Get real time updates directly on you device, subscribe now.