fbpx

ମହାନଦୀରେ ବନ୍ୟା ଆଶଙ୍କା: ଏସଆରସି

ଭୁବନେଶ୍ୱର,୨୭ ।୮(ଓଡିଶା ଭାସ୍କର): ରାଜ୍ୟରେ ବର୍ଷା ଓ ବନ୍ୟା ସ୍ଥିତି ନେଇ ତାଜା ଅପଡେଟ ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ସେ କହିଛନ୍ତି ଯେ, ‘ମହାନଦୀରେ ବନ୍ୟା ଆଶଙ୍କା କରାଯାଉଛି । ରାଜ୍ୟର ୫ଟି ନଦୀରେ ସାମନ୍ୟରୁ ମଧ୍ୟମ ଧରଣ ବନ୍ୟା ଆଶଙ୍କା କରାଯାଉଛି । ସେହି ୫ଟି ନଦୀ ହେଉଛି- ବ୍ରାହ୍ମଣୀ, ବୈତରଣୀ, ଜଳକା, ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ।’

ତେବେ ରାଜ୍ୟରେ ବର୍ଷା ଓ ବନ୍ୟାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ମୟୂରଭଞ୍ଜରୁ ୪, କେନ୍ଦୁଝରରୁ ୨ ଓ ସୁନ୍ଦରଗଡରୁ ଜଣଙ୍କର ମୃତ୍ୟୁ ହୋଇଛି । ବରଗଡ ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ନିଖୋଜ ଅଛନ୍ତି । ଲଗାଣ ବର୍ଷା ଯୋଗୁଁ ୭ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ରାଜ୍ୟରେ ୨ ହଜାରରୁ ୩ ହଜାର ଘର ଆଂଶିକ ଭାଙ୍ଗିଛି । କ୍ଷତିଗ୍ରସ୍ତଙ୍କୁ ପଲିଥିନ୍ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟାରେ ଯାଜପୁରରେ ୩ଟି ଘାଇ ସୃଷ୍ଟି ହୋଇଛି । ବର୍ଷା ଛାଡିବା ପରେ କ୍ଷୟକ୍ଷତିର ଆକଳନ କରାଯିବ ବୋଲି ଏସଆରସି କହିଛନ୍ତି ।

Get real time updates directly on you device, subscribe now.