fbpx
BSKY SKY
BSKY SKY

ଶେଷ ହେଲାଣୀ ବୈଦେଶିକ ମୁଦ୍ରା ଭଣ୍ଡାର, ଜରୁରୀ ସାମଗ୍ରୀ କିଣିବାକୁ ଅସମର୍ଥ

BSKY

ନୁଆଦିଲ୍ଲୀ: ପଡ଼ୋଶୀ ଶ୍ରଲଙ୍କା ଏବେ ବଡ଼ ଭୟଙ୍କର ସ୍ଥିତି ଆଡ଼କୁ ଗତି କଲାଣି । ନିକଟରେ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିବା ରାନିଲ ବିକ୍ରମସିଙ୍ଗେ କହିଛନ୍ତି ଯେ, ଦେଶରେ ଆଉ ଗୋଟିଏ ଦିନର ପେଟ୍ରୋଲ ବାକି ରହିଛି । ଏହା ପୁର୍ବରୁ ଆଜି ସେ ଟିଭି ମାଧ୍ୟମରେ ଦେଶକୁ ସମ୍ଭୋଧିତ କରି କହିଥିଲେ ତାଙ୍କର ପ୍ରଥମ ଉଦେଶ୍ୟ ହେଉଛି ଦେଶକୁ ଏଭଳି ସ୍ଥିତିରୁ ବାହାର କରିବା । କୌଣସି ବ୍ୟକ୍ତି, ପରିବାର କିମ୍ବା ସମୁହଙ୍କୁ ବଞ୍ଚାଇବା ନୁହେଁ ।

ସେ ପୁର୍ବ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ଆଡ଼କୁ ଇଶାରା କରି ଏହି ମନ୍ତବ୍ୟ ଦେଇଥିଲେ । ସେ ଜନତାଙ୍କୁ ଚେତାଇ ଦେଇ କହିଥିଲେ ଯେ, ଆଗାମୀ କିଛି ମାସରେ ଆମର ଜୀବନ ଆହୁରି ଅଧିକ ସଙ୍କଟ ଦେଇ ଗତି କରିବ। ମୁଁ କାହାକୁ ସତ ଲୁଚାଇବାକୁ ଚାହୁଁନାହିଁ । ଏହିକଥା ଶୁଣି ଲୋକେ ଡରି ପାରନ୍ତି । ଏହି ସମୟରେ ସେ ବୈଦେଶିକ ସହାୟତା ପାଇଁ ଆଶା ମଧ ପ୍ରକଟ କରିଥିଲେ ।

ସୂଚନାଯୋଗ୍ୟ ଶ୍ରୀଲଙ୍କା ସରକାର ଖର୍ଚ୍ଚ ଚଳାଇବା ପାଇଁ ୨.୪ ଟ୍ରିଲିୟନ ଶ୍ରୀଲଙ୍କା ମୁଦ୍ରା ଆବଶ୍ୟକ କରୁଥିବାବେଳେ ସରକାର ଗ୍ରହଣ କରିଥିବା ରାଜସ୍ୱ ମାତ୍ର ୧.୬ ଟ୍ରିଲିୟନ ଅଟେ। ଶ୍ରୀଲଙ୍କାରେ ଏହି ସଙ୍କଟ ଆରମ୍ଭ ହେବା ପରଠାରୁ, ଏହା ପ୍ରଥମ ଥର ଯେତେବେଳେ ସରକାର ଏହି ସତ୍ୟକୁ ସ୍ୱିକାର କରିଛନ୍ତି ଯେ ଏହାର ବୈଦେଶିକ ମୁଦ୍ରା ଭଣ୍ଡାର ଶେଷ ହେବାରେ ଲାଗିଛି, ଯେଉଁଥି ପାଇଁ ସେ ତୈଳ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ କିଣିବାକୁ ଅସମର୍ଥ।

Get real time updates directly on you device, subscribe now.