fbpx
BSKY
BJD MC SKY
BJD YOUTH SKY

୨୩ରୁ ଖୋଲିବ ଶ୍ରୀମନ୍ଦିର

ପୁରୀ ।, ୧୮ା୧୨ (ଓଡିଶା ଭାସ୍କର): ଆସନ୍ତା ୨୩ ତାରିଖରୁ ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ତେବେ ମନ୍ଦିର ଖୋଲିବା ନେଇ ଏସଓପି ପ୍ରସ୍ତୁତ ହୋଇଥିବା ଜଣାଯାଇଛି । ଶ୍ରୀମନ୍ଦିର ସହ ପୁରୀରେ ସବୁ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଦିଆଯିବ । ଏନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ସୂଚନା ଦେଇଛନ୍ତି ।

ତେବେ କୋଭିଡ୍ ଗାଇଡ ଲାଇନ ପାଳନ କରି ସବୁ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଛି । କଟକଣା ମାନି ଶ୍ରଦ୍ଧାଳୁ ଦର୍ଶନ କରିବେ । ସ୍ୱଚ୍ଛସାଥୀ ପ୍ରତି ୱାର୍ଡରେ ବୁଲି ଟୋକନ ବାଣ୍ଟିବେ । ଦର୍ଶନ ପାଇଁ ପ୍ରଥମେ ପୁରୀବାସୀଙ୍କୁ ଅଗ୍ରାଧିକାର ଦିଆଯିବ ।

୧୦ ବର୍ଷରୁ କମ୍ ଓ ୬୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ମନ୍ଦିରକୁ ପ୍ରବେଶ ନିଷେଧ କରାଯାଇଛି । ପ୍ରଥମ ୨ ଦିନରେ ସେବାୟତଙ୍କ ପରିବାର ଦର୍ଶନ କରିବେ । ୩୧ ତାରିଖ ଯାଏ କେବଳ ପୁରୀ ଲୋକ ଦର୍ଶନ କରିପାରିବେ । ବିଭିନ୍ନ ପର୍ଯ୍ୟାୟରେ ୱାର୍ଡବାସୀଙ୍କୁ ଦର୍ଶନ କରିବାର ସୁଯୋଗ ମିଳିବ । ଭକ୍ତମାନେ ଯେ କୌଣସି ପରିଚୟପତ୍ର ଦେଖାଇ ଦର୍ଶନ କରିପାରିବେ ।

Get real time updates directly on you device, subscribe now.