fbpx

ଆଜିଠାରୁ ଖୋଲିଲା ଶ୍ରୀମନ୍ଦିର

Advertisement

ପୁରୀ, ୨୩ା୧୨ (ଓଡିଶା ଭାସ୍କର): ଦୀର୍ଘ ୯ ମାସର ପ୍ରତୀକ୍ଷାର ଅନ୍ତ ଘଟିଛି । ପ୍ରଶାସନର ନିଷ୍ପତ୍ତି ଅନୁସାରେ ଆଜିଠାରୁ ଶ୍ରୀମନ୍ଦିର ଖୋଲିଛି ।
ତେବେ ଖୋଲିବାର ପ୍ରଥମ ତିନି ଦିନ ପର୍ଯ୍ୟନ୍ତ ସେବାୟତଙ୍କ ପରିବାର ଦର୍ଶନ କରିବାର ଯୋଜନା ରହିଛି । ୨୬ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ସହରବାସୀ ଦର୍ଶନ କରିବେ । ତେବେ ସହରବାସୀ ୱାର୍ଡ ଅନୁଯାୟୀ ଦର୍ଶନ କରିବାର ନିୟମ ରହିଛି । ଜାନୁଆରୀ ୩ ତାରିଖଠାରୁ ପୁରୀ ଜିଲ୍ଲା ବାହାରର ଭକ୍ତମାନେ ଦର୍ଶନ କରିପାରିବେ ।

ଏନେଇ ମାର୍କେଟ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ସ୍ୱତନ୍ତ୍ର ବାରିକେଡ୍ ବ୍ୟବସ୍ଥା କରାଯାଇଛି । ଭକ୍ତମାନେ ପରିଚୟପତ୍ର, ଆଧାର କାର୍ଡ ଦେଖାଇ ଦର୍ଶନ କରିପାରିବେ । କରୋନା ମହାମାରୀ ପାଇଁ ମାର୍ଚ୍ଚ ୨୦ ତାରିଖରୁ ଶ୍ରୀମନ୍ଦିର ବନ୍ଦ ରହିଥିଲା ।

Get real time updates directly on you device, subscribe now.