fbpx

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ; କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନୋଟିସ କଲେ କୋର୍ଟ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନୋଟିସ କରିଛନ୍ତି ପୁରୀ ଜଜ୍ ସିନିୟର ଡିଭିଜନ କୋର୍ଟ । ପୁରୀ ଓକିଲ ଆସୋସିଏସନ ପକ୍ଷରୁ ଦାୟର ହୋଇଥିବା ପିଟିସନ ଉପରେ ଶୁଣାଣି କରି କୋର୍ଟ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନଏମଏ), ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ (ଏଏସଆଇ), ପୁରୀ ଜିଲ୍ଲାପାଳଙ୍କ ସମେତ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନୋଟିସ କରିଛନ୍ତି ।

ଏହା ସହ ପୁରୀ ମ୍ୟୁନିସିପାଲିଟି, ଟାଟା ପ୍ରୋଜେକ୍ଟ, ଓଡ଼ିଶା ବ୍ରିଜ ଏବଂ କନଷ୍ଟ୍ରକସନ କମିଶନ(ଓବିସିସି ଏବଂ ଜଗନ୍ନାଥ ମନ୍ଦିର ପ୍ରଶାସନକୁ ମଧ୍ୟ ନୋଟିସ କରାଯାଇଛି । ଜୁନରେ ହେବାସକୁ ଥିବା ପରବର୍ତ୍ତି ଶୂଣାଣି ପୁର୍ବରୁ ସମସ୍ତ ପକ୍ଷ ସେମାନଙ୍କର ମତ ରଖିବାକୁ କୋର୍ଟ କହିଛନ୍ତି ।

ତେବେ ବୁଧବାର ଦିନ ପୁରୀ ରାଜା ଗଜପତି ଦିବ୍ୟାସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନିଷିଦ୍ଧ ଅଞ୍ଚଳରୁ ସ୍ଥାନାନ୍ତର କରିବା ଭଳି ଅନେକ ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ପ୍ରକଳ୍ପର ପ୍ରସ୍ତାବିତ ବାହ୍ୟ ପ୍ରବେଶ ରାସ୍ତା ବର୍ତ୍ତମାନ ପ୍ରକଳ୍ପ କ୍ଷେତ୍ରରୁ ସ୍ଥାନାନ୍ତରିତ ହେବ ଏବଂ ଅଧିକ ଜମି ଅଧିଗ୍ରହଣ ପରେ ନିର୍ମାଣ କରାଯିବ । ଏହା ବ୍ୟତୀତ, ଏଏସଆଇ ଡିଜିଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଉ କିଛି ପରିବର୍ତ୍ତନ କରାଯିବ ବୋଲି ଜଣାଯାଇଛି ।

Get real time updates directly on you device, subscribe now.