ଖଲ୍ଲିକୋଟ ବିଜ୍ଞାନ କଲେଜରେ ଛୁରାମାଡ଼, 3 ଗୁରୁତର
ଯୁକ୍ତ ୩ ଛାତ୍ରଙ୍କ ଆକ୍ରମଣରେ ୩ ଗୁରୁତର । ଖଲ୍ଲିକୋଟରୁ ସାମ୍ନାକୁ ଆସିଛି ଏହି ଘଟଣା ।
ଭୁବନେଶ୍ବର: ଖଲ୍ଲିକୋଟରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖଲ୍ଲିକୋଟ ରାମଚନ୍ଦ୍ର ମର୍ଦ୍ଧରାଜ ବିଜ୍ଞାନ କଲେଜରେ ଛୁରାମାଡ଼ ହୋଇଛି । ଜଣେ ଯୁକ୍ତ 3ର ଛାତ୍ର ତିନିଜଣ ଅଣଛାତ୍ରଙ୍କୁ ଛାରାମାଡ କରିଛନ୍ତି ।
ଏମକେସିଜିରେ ଭର୍ତ୍ତି- ଏହି ଘଟଣା ପରେ ୩ ଜଣଙ୍କୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ତେବେ ସେଠାରେ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।
ପ୍ରେମ ବ୍ୟାପାରରୁ ଛୁରାମାଡ- ତେବେ ପ୍ରେମ ବ୍ୟାପାରକୁ ନେଇ ଏହି ଘଟଣା ଘିଟିଥିବା ଜଣାପଡିଛି । ଛୁରାମାଡ କରିଥିବା ଯୁବକଙ୍କର ନାମ ମେଘେନା ପାହାନ ବୋଲି ଜଣାପଡିଛି ।
ବ୍ୟାଗରେ ଛୁରୀ ନେଇ କଲେଜ ଯାଉଥିଲେ ଛାତ୍ର- ଖବର ଅନୁସାରେ, ମେଘନା ପରୀକ୍ଷା ଦେବାକୁ ଦେବାକୁ ଯାଉଥିଲେ । ଏହି ସମୟରେ ତାଙ୍କୁ ମାଡ଼ ମାରିବାକୁ କଲେଜ ପଡ଼ିଆରେ ଜଗି ରହିଥିଲେ ୩ ଅଣଛାତ୍ର ।
ତେବେ ପ୍ରେମ ବ୍ୟାପାରକୁ ନେଇ ସମସ୍ତଙ୍କ ମଧ୍ୟ ପ୍ରଥମେ ବଚସା ପରେ ହାତାହାତି ପରିସ୍ଥିତି ଦେଖାଯାଇଥିଲା । ପରେ ମେଘନା ବ୍ୟାଗରୁ ଛୁରି କାଢ଼ି ସେଥିରେ ୩ଜଣଙ୍କୁ ଆକ୍ରମଣ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ସମସ୍ତଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଛି ।