fbpx

ଷ୍ଟାବିଲିଟି ଏଆଇ ସିଇଓଙ୍କ ଭବିଷ୍ୟବାଣୀ, ଆଗାମୀ ୨ ବର୍ଷରେ ଚାଲିଯିବ ବହୁ ଆଇଟି ଇଂଜିନିୟରଙ୍କ ଚାକିରି

Advertisement

ନୂଆଦିଲ୍ଲୀ: ଭାରତରେ ଆଇଟି ସେକ୍ଟର ଅର୍ଥାତ୍ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗରେ କାମ କରୁଥିବା ଇଂଜିନିୟରର୍ସଙ୍କ ଲାଗି ଆଗାମୀ ଦିନ ବଡ ସମସ୍ୟାପୂର୍ଣ୍ଣ ରହିବ । ଆଗାମୀ ୨ ବର୍ଷ ମଧ୍ୟରେ ସେମାନଙ୍କ ଚାକିରି ଯିବାର ସବୁଠାରୁ ବଡ ଆଶଙ୍କା ରହିଛି । ଏପରି କିଛି କହିଛନ୍ତି ଷ୍ଟାବିଲିଟି ଏଆଇ ସିଇଓ ଇମାଦ ମୋସ୍ତାକ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସିର ବଡ କମ୍ପାନୀ ମଧ୍ୟରେ ଷ୍ଟାବିଲିଟି ଏଆଇର ସ୍ଥାନ ରହିଛି । ଏହାଦ୍ୱାରା ନିର୍ମିତ ଟେକ୍ସଟ ଟୁ ଇମେଜ୍ ଏଆଇ ଟୁଲ୍ ଷ୍ଟେବୁଲ ଡିଫ୍ୟୁଜନ ଖୁବ୍ ଲୋକପ୍ରିୟ ।

ମୋସ୍ତାକ କହିଛନ୍ତି ଏମଏନସି ବା ବହୁ ଦେଶୀୟ କମ୍ପାନୀଗୁଡିକ କୋଡସ୍ ଲେଖିବା, ପଢିବା ଓ ରିଭ୍ୟୁ କରିବା ଲାଗି ଏଆଇ ଟୁଲସ୍ ର ଉପଯୋଗ କରୁଛନ୍ତି । ଭାରତରେ ଶ୍ରମ ଆଇନ ବହୁତ ନମନୀୟ । ଏହି କାରଣରୁ ଏଠାରେ କମ୍ପାନୀଗୁଡିକ ଲାଗି କର୍ମଚାରୀଙ୍କୁ କାଢିଦେବା ଫ୍ରାନ୍ସ ପରି ଦେଶ ତୁଳନାରେ ବହୁତ ସହଜ । ଏହି କାରଣରୁ ଏଆଇର ବର୍ଦ୍ଧିତ ପ୍ରଭାବ ଭାରତରେ କାମ କରୁଥିବା କର୍ମଚାରୀଙ୍କ ଲାଗି ସବୁଠାରୁ ଅଧିକ ବିପଦ । ମୋସ୍ତାକ କହିଛନ୍ତ ତୃତୀୟ ଶ୍ରେଣୀ ପ୍ରୋଗ୍ରାମରମାନଙ୍କର ବି ଚାକିରି ଯିବାର ସବୁଠାରୁ ଅଧିକ ଆଶଙ୍କା ରହିଛି ।

ସବୁଠାରୁ ବଡ କଥା ହେଉଛି ଭାରତୀୟ ଆଇଟି ଇଣ୍ଡଷ୍ଟ୍ରୀର ମାଲିକମାନେ ଏବେ ଏଆଇରେ ଆଗ୍ରହ ପ୍ରକାଶ କରିବା ଆରମ୍ଭ କରିଦେଲେଣି ଓ ଏ କ୍ଷେତ୍ରରେ ଅଧିକ ମାତ୍ରାରେ ନିବେଶ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଟାଟା କନସଲଟାନ୍ସୀ ସର୍ଭିସ୍ (ଟିସିଏସ୍) ଏହାର ୨୫,୦୦୦ ଇଂଜିନିୟରଙ୍କୁ ଏଆଇରେ ଦକ୍ଷ କରିବାକୁ ନିଷ୍ପତ୍ତି ନେଇଛି । ଏହିପରି ୱିପ୍ରୋ ମଧ୍ୟ ଆଗାମୀ ୩ ବର୍ଷରେ ଏଆଇ ରିସର୍ଚ୍ଚ କ୍ଷେତ୍ରରେ ୧ ବିଲିୟନ ଡଲାର ଖର୍ଚ୍ଚ କରିବ ।

ମୋସ୍ତାକ ଆହୁରି କହିଛନ୍ତି ଚାଟଜିପିଟି ପରି ଏଆଇ ଟୁଲସ୍ ଆଗାମୀ କିଛି ଦିନ ମଧ୍ୟରେ ଅଫଲାଇନରେ ବି ଉପଲବ୍ଧ ହେବ । ଏହାର ଅର୍ଥ ବିନା ଇଣ୍ଟରନେଟରେ ଲୋକମାନେ ଏଆଇର ଉପଯୋଗ କରିପାରିବେ । ଏହାଦ୍ୱାରା ଏଆଇ ପ୍ରୟୋଗର ନୂଆ ରାସ୍ତା ଖୋଲିଯିବ । ମୋସ୍ତାକ କହିଛନ୍ତି ଏଆଇ ମାନବର ସ୍ଥାନ ନେବ ନାହିଁ ବରଂ ଏଆଇରେ ଦକ୍ଷ କର୍ମଚାରୀ ଏହାକୁ ନ ଜାଣିଥିବା କର୍ମଚାରୀଙ୍କ ସ୍ଥାନ ନେବେ । ସେ କହିଛନ୍ତି ଏଆଇ ଠାରୁ ଚାକିରି ଯିବାର ବିପଦ ତ ରହିଛି ଏହା ସହିତ ନୂଆ ଅବସର ଖୋଲିଯିବାର ରାସ୍ତା ବି ରହିଛି ।

Get real time updates directly on you device, subscribe now.