fbpx

ତାମିଲନାଡ଼ୁରେ ଷ୍ଟାଲିନ୍ ଯାଦୁ: ବହୁମତଠୁ ଆଗରେ ଡିଏମକେ, ଏବେଠାରୁ ଆରମ୍ଭ ହେଲାଣି ବିଜୟ ଉତ୍ସବ

ଚେନ୍ନାଇ, ୨ା୫ : ତାମିଲନାଡ଼ୁରେ ଭୋଟ ଗଣତି ଜାରି ରହିଛି । ତେବେ ନିର୍ବାଚନ ଫଳାଫଳ ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ରାଜ୍ୟରେ ଏମକେ ଷ୍ଟାଲିନଙ୍କ ଯାଦୁ ଡିଏମକେକୁ ନିର୍ବାଚନରେ ଅଗ୍ରଣୀ କରାଇଛି । ମୋଟ ୨୩୪ଟି ଆସନ ମଧ୍ୟରୁ ଡିଏମକେ ୧୩୮ଟି ଆସନରେ ଆଗୁଆ ରହିଛି । ବହୁମତ ପାଇଁ ୧୧୮ଟି ସିଟ୍ ଆବଶ୍ୟକ ଥିବାବେଳେ ଡିଏମକେ ବହୁମତଠାରୁ ଆଗରେ ରହିଛି । ତେବେ ପ୍ରମୁଖ ପ୍ରତିଦ୍ୱନ୍ଦୀ ଏଆଇଏଡିଏମକି ୯୨ଟି ଆସନରେ ଆଗୁଆ ରହିଥିବା ଜଣାପଡ଼ିଛି । ତେବେ ତାମିଲନାଡ଼ୁରେ ଡିଏମକେ ସରକାର ଗଢ଼ିବା ସୁନିଶ୍ଚିତ ବୋଲି ଫଳାଫଳରୁ ଜଣାପଡ଼ିଛି । ଅନ୍ତିମ ଫଳାଫଳ ଘୋଷଣା ହୋଇନଥିଲେ ମଧ୍ୟ ଡିଏମକେର ସମର୍ଥକମାନେ ଏବେଠାରୁ ତାମିଲନାଡ଼ୁରେ ବିଜୟୋତ୍ସବ ମନାଇଲେଣି ।

ସୂଚନାଯୋଗ୍ୟ ଯେ, ଡିଏମକେ ୧୯୫ଟି ସିଟ୍ ପାଇବ ବୋଲି ଏକଜିଟ୍ ପୋଲ ସର୍ଭେରୁ ଜଣାପଡ଼ିଥିଲା । ଡିଏମକେ ୧୭୫ରୁ ୧୯୫ ସିଟ ହାତେଇବ ବୋଲି ଇଣ୍ଡିଆ ଟୁଡେ ସର୍ଭେରୁ ଜଣାପଡ଼ିଥିଲା । ଯଦି ଡିଏମକେ ବହୁମତ ହାସଲ କରେ, ତେବେ ୧୦ ବର୍ଷ ପରେ ଡିଏମକେ ସରକାର ଗଠନ କରିବାକୁ ସକ୍ଷମ ହେବେ । ଜନସାଧାରଣ ମୁଖ୍ୟମନ୍ତ୍ରୀ ଏଡାପାଡି କେ. ପାଲାନିସ୍ୱାମୀଙ୍କ ନେତୃତ୍ୱକୁ ପ୍ରତ୍ୟାଖ୍ୟାନ କରି ପୁଣି ଥରେ ଡିଏମକେକୁ ଆପଣାଇଛନ୍ତି ବୋଲି ଫଳାଫଳରୁ ଜଣାପଡ଼ିଛି ।

Get real time updates directly on you device, subscribe now.