fbpx
BJD SKY
BJD SKY

ଷ୍ଟାର ଖେଳାଳି ଆହତ, କେଉଁ ଖେଳାଳିଙ୍କୁ ବାଛିବେ ଅଧିନାୟକ ମାହି? ଏମିତି ରହିପାରେ CSKର Playing-11

BJD

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଚମ୍ପିଆନ୍ ଚେନ୍ନାଇ ଏବଂ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର । କିନ୍ତୁ ଏହି ମ୍ୟାଚ ପୂର୍ବରୁ ଚିନ୍ତାରେ ପଡ଼ିଛନ୍ତି ଚେନ୍ନାଇ ଅଧିନାୟକ ଏମ.ଏସ ଧୋନୀ ଏବଂ ଟିମ ମ୍ୟାନେଜମେଣ୍ଟ । ଦଳର ୩ ଜଣ ଷ୍ଟାର ଖେଳାଳି ଆହତ ହୋଇଥିବା ବେଳେ ସେମାନଙ୍କ ଖେଳିବା ନେଇ ଆଶଙ୍କା ଦେଖାଦେଇଛି । ଯାହା ଫଳରେ ପ୍ଲେଇଙ୍ଗ-୧୧କୁ ନେଇ ଏବେ ଆଲୋଚନା ହେବାରେ ଲାଗିଛି । ସେପଟେ ଚେନ୍ନାଇକୁ ସାମନା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଲାଣି ଆରସିବି । ତେବେ କ’ଣ ରହିବ ଧୋନୀଙ୍କ ମାଷ୍ଟରପ୍ଲାନ ।

ଆଇପିଏଲ-୨୦୨୪ ଅକ୍ସନ ପରେ ଚେନ୍ନାଇର ସ୍କ୍ୱାଡ ବେଶ୍ ମଜବୁତ ମନେ ହେଉଥିଲା । କିନ୍ତୁ ପ୍ରଥମ ମ୍ୟାଚ ପୂର୍ବରୁ ହିଁ ଦଳ ଚୟନ କରିବାରେ ଦ୍ୱନ୍ଦ୍ୱରେ ପଡ଼ିଯାଇଛି ଚେନ୍ନାଇ ସୁପର କିଙ୍ଗସ । ଷ୍ଟାର ଖେଳାଳିଙ୍କ ଆହତ ଦଳ ପାଇଁ ସମସ୍ୟା ସୃଷ୍ଟି କରିଛି । ପ୍ରଥମେ ଷ୍ଟାର ଓପନର ଡିଭନ୍ କନୱେ ଆହତ ହୋଇ ବାଦ୍ ପଡ଼ିଥିବା ବେଳେ ପରେ ମଥୀଷା ପଥିରାନା ଏବଂ ମୁସ୍ତାଫିଜୁର ରହମାନ ମଧ୍ୟ ଆହତ ହୋଇଛନ୍ତି । ମୁସ୍ତାଫିଜୁର ଚଳିତବର୍ଷ ପ୍ରଥମ ଥର ପାଇଁ ଦଳରେ ସାମିଲ ହୋଇଥିବା ବେଳେ କନୱେ ଏବଂ ପଥିରାନା ଚେନ୍ନାଇ ପାଇଁ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଥିଲେ । ବର୍ତ୍ତମାନ ଏମାନଙ୍କ ଅନୁପସ୍ଥିତିରେ ଅଧିନାୟକ ମାହି କାହାକୁ ଚୟନ କରିବେ, ସେ ନେଇ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଛି ।

ଡିଭନ୍ କନୱେଙ୍କ ସ୍ଥାନରେ ଋତୁରାଜଙ୍କ ସହ ନ୍ୟୁଜିଲାଣ୍ଡ ଷ୍ଟାର ଓପନର ରଚିନ୍ ରବିନ୍ଦ୍ରଙ୍କୁ ଓପନିଙ୍ଗ ଦାୟିତ୍ୱ ଦେଇପାରନ୍ତି ଅଧିନାୟକ ଧୋନୀ । ଏହାପରେ ମଧ୍ୟକ୍ରମରେ ଡାରିଲ ମିଚେଲ କିମ୍ବା ମୋଇନ୍ ଅଲୀ ଦଳରେ ସ୍ଥାନ ପାଇପାରନ୍ତି । ତେବେ ଶେଷରେ ମଥୀଷା ପଥିରାନାଙ୍କ ସ୍ଥାନ ପୂରଣ କରିବା ପାଇଁ ଦଳରେ ଶାର୍ଦ୍ଦୁଳ ଠାକୁର ଫେରିବା ସହ ମୁକେଶ ଚୌଧୂରୀ କିମ୍ବା ତୁଷାର ଦେଶପାଣ୍ଡେଙ୍କୁ ସୁଯୋଗ ମିଳିପାରେ । ଏହାବ୍ୟତୀତ ଏମ.ଏସ ଧୋନୀଙ୍କ ସହ ଅଜିଙ୍କ୍ୟା ରାହାଣେ, ରବିନ୍ଦ୍ର ଜାଡେଜା, ଶିବମ ଦୁବେ, ଦୀପକ ଚହର ଏବଂ ମହୀଶ ଥୀକ୍ଷଣା ଦଳରେ ସାମିଲ ରହିଛନ୍ତି ।

କ’ଣ ରହିବ ପ୍ଲେଇଙ୍ଗ-୧୧: ଏମ.ଏସ ଧୋନୀ(ଅଧିନାୟକ), ଋତୁରାଜ ଗାଏକ୍ୱାଡ, ରଚିନ୍ ରବିନ୍ଦ୍ର, ଅଜିଙ୍କ୍ୟା ରାହାଣେ, ଡାରିଲ ମିଚେଲ/ମୋଇନ୍ ଅଲୀ, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ଦୀପକ ଚହର, ମହୀଶ ଥୀକ୍ଷଣା, ମୁକେଶ ଚୌଧୂରୀ/ତୁଷାର ଦେଶପାଣ୍ଡେ ।

ତେବେ ଆହତ ଖେଳାଳିଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଏପର୍ଯ୍ୟନ୍ତ ସଠିକ ସୂଚନା ମିଳି ପାରିନାହିଁ । ତେଣୁ ପ୍ରଥମ କିଛିଟା ମ୍ୟାଚ୍ ପରେ ବା ଦ୍ୱିତୀୟ ପର୍ଯ୍ୟାୟରେ ସେମାନେ ଦଳରେ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି ଆଶା କରାଯାଉଛି । ଏହାବ୍ୟତୀତ ଯୁବ ତାରକା ସମୀର ରିଜଭୀଙ୍କୁ ମଧ୍ୟ ଧୋନୀ ଦଳରେ ସ୍ଥାନ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.