fbpx

ଦରମାଠାରୁ ଅଧିକ ଅଫିସ ଯିବା ଆସିବା ଖର୍ଚ୍ଚ, ନୂଆ ସିଇଓଙ୍କ ପାଇଁ ଏତିକି ଟଙ୍କା ପେମେଣ୍ଟ କରିବ ଷ୍ଟାରବକ୍ସ

ନୂଆଦିଲ୍ଲୀ: କଫି କମ୍ପାନୀ ଷ୍ଟାରବକ୍ସ ଲକ୍ଷ୍ମଣ ନରସିଂହନଙ୍କ ପରିବର୍ତ୍ତେ ବ୍ରାୟନ ନିକୋଲଙ୍କୁ ସିଇଓ ଭାବେ ନିଯୁକ୍ତ କରିଥିଲା। ବର୍ତ୍ତମାନ ସୂଚନା ସାମ୍ନାକୁ ଆସିଛି ଯେ, ସିଏଟଲରୁ କାଲିଫୋର୍ନିଆ ଯାତ୍ରା କରିବେ। ସେ ଏହି ଦୁଇ ସହର ମଧ୍ୟରେ ୧୬୦୦ କିମି ଦୂର ଯାତ୍ରା କରିବା ପାଇଁ ପ୍ରାଇଭେଟ ଜେଟର ବ୍ୟବହାର କରିବେ। ଏଭଳି ତାଙ୍କ ଦୈନନ୍ଦିନ ଅଫିସ ଯିବା-ଆସିବା ଉପରେ କମ୍ପାନୀ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ରିବ। ଷ୍ଟାରବକ୍ସ ଦ୍ୱାରା ନିଜ ସିଇଓଙ୍କ ପାଇଁ କରାଯାଇଥିବା ଏହି ବ୍ୟବସ୍ଥା ବିଷୟରେ ଜାଣି ସାରା ଦୁନିଆ ଆଶ୍ଚର୍ଯ୍ୟ।

ଷ୍ଟାରବକ୍ସର କଣ୍ଟ୍ରାକ୍ଟ ଅନୁସାରେ, ବ୍ରାୟନ ନିକୋଲଙ୍କୁ ବାର୍ଷିକ ୧୬ ଲକ୍ଷ ଡଲାର ଦରମା ମିଳିବ। ଏହା ବ୍ୟତୀତ ସେ ୩୬ ଲକ୍ଷ ଡଲାର କ୍ୟାଶ ବୋନଓ ଏବଂ ୭୨ ଲକ୍ଷ ଡଲାର ପରଫରମାନ୍ସ ବୋନସ ମଧ୍ୟ ଦିଆଯିବ। ଏଥିସହ ସେ ୨.୩ କୋଟି ଡଲାର ବାର୍ଷିକ ଇକ୍ୱିଟୀର ଅଧିକାରୀ ବି ହେବେ। ଏଥିରେ ବୁଝାପଡୁଛି ଯେ, ଷ୍ଟାରବକ୍ସକୁ ବ୍ରାୟନ ନିକୋଲଙ୍କ ଉପରେ ଅଧିକ ଆଶା ରହିଛି। ଏହି କାରଣରୁ କମ୍ପାନୀ ତାଙ୍କ ଯାତାୟତରେ ଲକ୍ଷ ଲକ୍ଷ ଡଲାର କର୍ଚ୍ଚ କରିବାକୁ ପ୍ରସ୍ତୁତ ଅଛି। ଲକ୍ଷ୍ମଣ ନରସିଂହନଙ୍କ କାର୍ଯ୍ୟକାଳ ସମୟରେ ଷ୍ଟାରବକ୍ସର ସେଲ ଆମେରିକା ଏବଂ ଚୀନ ସମେତ ଅନେକ ବଡ଼ ବଜାରରେ ହ୍ରାସ ପାଇଥିଲା। ଏହି କାରଣରୁ କମ୍ପାନୀର ଦାୟିତ୍ୱ ଭାର ବ୍ରାୟନ ନିକୋଲଙ୍କୁ ପ୍ରଦାନ କରାଯାଇଛି।

Get real time updates directly on you device, subscribe now.