fbpx

କେବଳ ୫୦ ହଜାର ଟଙ୍କା ବିନିଯୋଗ କରି ଏହି ବ୍ୟବସାୟ ଆରମ୍ଭ କରନ୍ତୁ, ମାସକୁ କରିବେ ୧କୋଟି ଟଙ୍କା ପର୍ଯ୍ୟନ୍ତ ରୋଜଗାର

ନୂଆଦିଲ୍ଲୀ: ବ୍ୟବସାୟରେ ଏକ ଉତ୍ତମ ବ୍ୟବସାୟ ଧାରଣା ଆପଣଙ୍କୁ ସର୍ବଦା ଜଣେ ସଫଳ ଉଦ୍ୟୋଗୀ ହେବାକୁ ସାହାଯ୍ୟ କରେ । ଯଦି ଆପଣ ଘରେ ବସି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହାଁନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏକ ଉତ୍ତମ ବ୍ୟବସାୟ ଧାରଣା ବିଷୟରେ ଅବଗତ କରାଇବୁ । ଏଥିରେ ଆପଣ କେବଳ ୫୦ ହଜାର ଟଙ୍କା ବିନିଯୋଗ କରି କୋଟି ଟଙ୍କା ରୋଜଗାର କରିପାରିବେ । ଆମେ କହୁଛୁ ଅନଲାଇନ୍ ହୋର୍ଡିଂ ବ୍ୟବସାୟ ବିଷୟରେ । ବର୍ତ୍ତମାନର ଡିଜିଟାଲ୍ ଯୁଗରେ, ଅନ୍ଲାଇନ୍ ହୋର୍ଡିଂର ବ୍ୟବସାୟ ଆପଣଙ୍କ ପାଇଁ ଏକ ଲାଭଦାୟକ ଡିଲ୍ ସାବ୍ୟସ୍ତ ହୋଇପାରେ ।

ତେବେ ଚାଲନ୍ତୁ ଜାଣିବା କିପରି ଆରମ୍ଭ କରିବେ ଏହି ଅନଲାଇନ୍ ହୋର୍ଡିଂ ବ୍ୟବସାୟ ଏବଂ କେତେ ଟଙ୍କା ବିନିମୟ କରି କେତେ ରିଟର୍ଣ୍ଣ ପାଇପାରିବେ । ଏଥିସହିତ ବିଶେଷଜ୍ଞ ମାନଙ୍କ ମାନେ କଣ କୁହନ୍ତି ଳତା ମଧ୍ୟ ଜାଣିବା । ତେବେ ଗୋହୋର୍ଡିଂସ୍ ଡଟ୍ କମ୍(Gohoardings.com) ର ପ୍ରତିଷ୍ଠତା ଦୀପ୍ତି ଅବସ୍ଥୀ ଶର୍ମା ୨୦୧୬ ମସିହାରେ ଅନଲାଇନ୍ ହୋର୍ଡିଂ ବ୍ୟବସାୟ ଆରମ୍ଭ କରିଥିଲେ । ସେତେବେଳେ ସେ ମାତ୍ର ୨୭ ବର୍ଷର ଥିଲେ । ତେଣୁ ସେହି ସମୟରେ ତାଙ୍କ ଅଧିକ ଟଙ୍କା ନଥିବାରୁ ମାତ୍ର ୫୦ ହଜାର ଟଙ୍କା ବିନିଯୋଗ କରି ଅନଲାଇନ୍ ହୋର୍ଡିଂ ବ୍ୟବସାୟ ଆରମ୍ଭ କରିଥିଲେ । ଆଉ ବ୍ୟବସାୟର ବର୍ଷେ ପରେ ସେ କୋଟି କୋଟି ଟଙ୍କା କମାଇବାକୁ ଲାଗିଲେ । ସେ କୁହନ୍ତି ଯେ, ଖୁବ୍ କମ୍ ବୟସରୁ ହିଁ ସେ ଏହି ବ୍ୟବସାୟ ଆରମ୍ଭ କରିଥିଲେ । ହେଲେ ଏବେ ସେ ମାସକୁ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ।

ମାର୍କେଟିଂ ଏବଂ ଟେକ୍ନୋଲୋଜି ସାହାଯ୍ୟରେ ଏହି କାର୍ୟ୍ୟ ଆରମ୍ଭ ହୋଇପାରିବ । ଏଥିପାଇଁ ଆପଣଙ୍କୁ କେବଳ ଆପଣଙ୍କର ଡୋମେନ୍ ନାମ ସହିତ ଏକ ୱେବସାଇଟ୍ ସୃଷ୍ଟି କରିବାକୁ ପଡିବ । ପ୍ରଥମରୁ ଆପଣଙ୍କୁ ଦେଖିବାକୁ ପଡ଼ିବ ଯେ, କେଉଁ ଠାରେ ଓ କିପରି ବିଜ୍ଞାପନ ଦେବାକୁ ଇଚ୍ଛୁକ ଅଛନ୍ତି । ଏହାପରେ ସେ ସମ୍ପର୍କିତ ବ୍ୟବସାୟୀ ମାନଙ୍କ ସହ ଆଲୋଚନା କରିବାକୁ ପଡ଼ିବ । ତେବେ ଏହି ବ୍ୟବସାୟ ଖୁବ୍ କମ୍ ସମୟରେ ଦ୍ରୁତ ଗତିରେ ପ୍ରସାର ହେବ କାରଣ ଲୋକମାନେ ଘରେ ବସ ବିଜ୍ଞାପନ ଦେବାକୁ ଇଚ୍ଛା କରନ୍ତି ।

ସର୍ବପ୍ରଥମେ ଗୋହୋର୍ଡିଂସ୍ ଡଟ୍ କମ୍ ସାଇଟ୍ କୁ ଯାଇ କଷ୍ଟମର୍ ଲଗଇନ୍ କରନ୍ତୁ । ଏହାପରେ ୱେବସାଇଟ୍ କୁ ଯାଇ ନିଜର ଲୋକେସନ୍ ସର୍ଚ କରି ଚୟନ କରନ୍ତୁ । ଏହାପରେ ଆପଣଙ୍କୁ ପାଖକୁ ମେଲ୍ ଯାଇଥାଏ । ଏଥିରେ କମ୍ପାନୀ ପକ୍ଷରୁ ସାଇଟ୍ ଓ ଲୋକେସନ୍ ର ଉପଲବ୍ଧତାର କନଫର୍ମେସନ୍ ପଠାଯାଇଥାଏ । ଏହାପରେ କଷ୍ଟମର୍ ପକ୍ଷରୁ ଆର୍ଟୱର୍କ ଓ ଅର୍ଡର୍ ଆସିଥାଏ । ତେବେ ଲୋକେସନ୍ ସାଇଟ୍ ରେ ଲାଇଭ୍ ଆସିବା ପାଇଁ ଆଇଡି ଓ ପାସୱାର୍ଡ ଦିଆଯାଇଥାଏ । ଜାଣିଥାନ୍ତୁ ଯେ, କମ୍ପାନୀ ଗୋଟିଏ ହୋର୍ଡିଂ ଏକ ମାସ ଅବଧିରେ ଲଗାଇବା ପାଇଁ ୧ଲକ୍ଷ ଟଙ୍କା ଦେଇଥାଏ ।

Get real time updates directly on you device, subscribe now.