fbpx

ଆଜି ରାଜ୍ୟ କ୍ୟାବିନେଟ୍‍ ବୈଠକ, ଏହି ୪ଟି ପ୍ରସ୍ତାବରେ ବାଜିପାରେ ମୋହର

ଭୁବନେଶ୍ବର : ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ । ଅପରାହ୍ନ 5ଟାରେ ଏହି ବୈଠକ ବସିବା ନେଇ ଜଣାପଡିଛି ।  ତେବେ ଆଜିର ବୈଠକରେ କେଉଁ ପ୍ରସ୍ତାବ ଉପରେ ମୋହର ବାଜିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ବାଜିପାରେ ।

4ଟି ପ୍ରସ୍ତାବ ଉପରେ ମୋହର ବାଜିପାରେ ବୋଲି ଚର୍ଚ୍ଚା ହେଉଛି । ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କିତ ସଂଶୋଧନ ପ୍ରସ୍ତାବ ସହିତ ଆଇନ ବିଭାଗର ଦୁଇଟି ପ୍ରସ୍ତାବ କ୍ୟାବିନେଟରେ ଉପସ୍ଥିତ ହେବା ନେଇ ଚର୍ଚ୍ଚା ହେଉଛି । ସାଧାରଣ ବଣ୍ଟନ ବ୍ୟବସ୍ଥା ଆଦେଶ 2016 ସଂଶୋଧିତ ହୋଇପାରେ । ସେହିପରି ଓଡିଶା ନ୍ୟାୟିକ ସେବା ନିୟମ 2007 ମଧ୍ୟ ସଂଶୋଧିତ ହୋଇପାରେ । ଅନ୍ୟପଟେ ଆଡଭୋକେଟ ଜେନେରାଲଙ୍କ ପାରିଶ୍ରମିକ ନେଇ ନିଷ୍ପତ୍ତି ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଚର୍ଚ୍ଚା କେତେ ଦୂର ସତ ହେଉଛି ଏବଂ କେଉଁ ବିଷୟ ଉପରେ ମୋହର ବାଜିବ ତାହା ବୈଠକ ଶେଷରେ ଜଣାପଡିବ ।

Get real time updates directly on you device, subscribe now.