fbpx

ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ

Advertisement

ଭୁବନେଶ୍ୱର, ୨୭ା୧୨ (ଓଡିଶା ଭାସ୍କର): ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଭିଡିଓ କନଫରେନସିଂ ଜରିଆରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

ଏହି ବୈଠକ ସନ୍ଧ୍ୟା ୫ଟା ୩୦ ମିନିଟରେ ଭିଡିଓ କନଫରେନସିଂ ଜରିଆରେ ଅନୁଷ୍ଠିତ ହେବ । ଏହି ଅବସରରେ ଭୁବନେଶ୍ୱରରେ ଥିବା ମନ୍ତ୍ରୀମାନେ ଲୋକସେବା ଭବନର ତୃତୀୟ ମହଲାରେ ବସିବେ । ସେହିପରି ଜିଲ୍ଲାରେ ଥିବା ମନ୍ତ୍ରୀମାନେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭିଡିଓ କନଫରେନସିଂ ମାଧ୍ୟମରେ ବୈଠକରେ ଯୋଗଦେବେ । ଏଥର କ୍ୟାବିନେଟରେ ୧୨ଟିରୁ ଅଧିକ ପ୍ରସ୍ତାବ ଆସିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.