fbpx

ଖୁସି ଖବର; ଝିଅ ବାହାଘର ପାଇଁ ଟଙ୍କା ଦେବେ ସରକାର! ୫୧ ହଜାର ଟଙ୍କା ଦେବାକୁ ଘୋଷଣା

ଗୋଟିଏ ଝିଅ ବାହାଘର କରିବା ପାଇଁ ଜଣେ ବାପାଙ୍କୁ ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପଡେ । କେବେ ଯୌତୁକ ପାଇଁ ହେଉ ତ କେବେ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ନିଜର ଧନ ସମ୍ପତ୍ତିକୁ ବନ୍ଧା ପକାଇ ଦେଇଥାଏ ଗୋଟିଏ ଝିଅର ବାପ । ଏହାପରେ ବି ଅନେକ ସମୟରେ ଝିଅର ବାହାଗର କିଛି ଟଙ୍କା ପାଇଁ ଭାଙ୍ଗିଯାଏ । ତେବେଏଭଳି ପରିସ୍ଥିତିକୁ ଏଡାଇବା ପାଇଁ ସରକାର ଆଣୁଛନ୍ତି ନୂଆ ଯୋଜନା । ଏଣିକି ଝିଅ ବାହାଘର କରିବା ପାଇଁ ସରକାରଙ୍କ ତରଫରୁ ମିଳିବ ୫୧ ହଜାର ଟଙ୍କା ।

ଦେଶରେ ମହିଳା ତଥା କନ୍ୟାମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଏବଂ ନିର୍ଯାତନା ରୋକିବା ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରାଯାଇଛି । ସେହିପରି ଏକ ଯୋଜନା ହେଉଛି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଯେଉଁଥିରେ ଗରିବ ଶ୍ରେଣୀର ପରିବାରରେ ଝିଅଙ୍କ ବିବାହ ପାଇଁ ୫୧ ହଜାର ଟଙ୍କା ଦେଉଛନ୍ତି ସରକାର । ତେବେ ପୂର୍ବରୁ ଏହି ଯୋଜନାରେ ୪୯ ହଜାର ଟଙ୍କା ପ୍ରଦାନ କରାଯାଉଥିବା ବେଳେ ଏବେ ଏହାକୁ ବୃଦ୍ଧି କରାଯାଇ ୫୧ ହଜାର ଦେବାକୁ ଘୋଷଣା କରିଛନ୍ତି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ । ଏହାସହିତ ଚଳିତବର୍ଷ ମାର୍ଚ୍ଚରେ ଆରମ୍ଭ ହୋଇଥିବା ‘ଲାଡଲି ବେହେନା ଯୋଜନା’ ଅଧୀନରେ ଜୁନ ୧୦ ତାରିଖରୁ ହିତାଧିକାରୀ ଲାଭବାନ୍ ହେବେ । ଏଥିରେ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରତି ମାସ ୧ ହଜାର ଟଙ୍କା ଲେଖାଏଁ ଜମା କରିବେ ସରକାର ।

ସରକାରଙ୍କର ପ୍ରମୁଖ ଯୋଜନା ‘ଲାଡଲି ଲକ୍ଷ୍ମୀ ଯୋଜନା’ରେ ୪୪.୯୦ ଯୁବତୀ ଲକ୍ଷପତି ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଚୌହାନ । ଏହି ଯୋଜନା ଅନୁସାରେ, ଜନ୍ମ ସମୟରେ ଶିଶୁକନ୍ୟା ନାମରେ ୧.୧୮ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଏକ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥାଏ । ଏହାପରେ ଝିଅଟିଏ ୨୧ ବର୍ଷ ବୟସ ପର୍ୟ୍ୟନ୍ତ ବିଭିନ୍ନ ସ୍ତରର ଶିକ୍ଷା ସମାପ୍ତ କରିବା ପରେ ଯୋଜନାରୁ ଏହି ରାଶି ପ୍ରଦାନ କରାଯାଇଥାଏ ।

Get real time updates directly on you device, subscribe now.