fbpx

ମାତାଲ ଶିକ୍ଷକ-ଡ୍ରାଇଭର ସାବଧାନ, ମଦ ପିିଇଲେ ଚାଲିଯିବ ଚାକିରି

ହାଇଦ୍ରାବାଦ: ମଦ ପିଇ ସ୍କୁଲ ଆସୁଥିବା ଶିକ୍ଷକ ସାବଧାନ । ନଚେତ ହେବ କାର୍ଯ୍ୟାନୁଷ୍ଠାନ । ସତର୍କ କରାଇଲେ ଗଣଶିକ୍ଷା ମନ୍ତ୍ରୀ । ମଦ ପିଇ ସ୍କୁଲ ଆସିଲେ ଶିକ୍ଷକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ତାଗିଦ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କେବେଳ ସ୍କୁଲ ଶିକ୍ଷକ ନୁହେଁ ବରଂ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଡ୍ରାଇଭର ବି ଯଦି ମଦ ପିଇକି ଗାଡି ଚଲାଇବେ ସେ ମଧ୍ୟ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତି ପାରିବେ ନାହିଁ । ଶିକ୍ଷା ସହିତ ଜଡିତ ବ୍ୟକ୍ତି ଏବଂ ଏହାର ଆଖପାଖ ଅଞ୍ଚଳ ସମ୍ପୁର୍ଣ୍ଣ ନିଶାମୁକ୍ତ ରହିବା ଆବଶ୍ୟକ ବୋଲି କହିଛନ୍ତି ମନ୍ତ୍ରୀ ।

ଏନେଇ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଶିକ୍ଷକମାନେ ନିଶାମୁକ୍ତ ରହିବାର ଆବଶ୍ୟକତା ରହିଛି । ଯଦି ଶିକ୍ଷକମାନେ ମଦ ପିଇକି ଆସିବେ ତାହାଲେ ଛାତ୍ରଛାତ୍ରୀ କଣ ଶିଖିବେ । ମାତାଲ ହୋଇ ଆସିଲେ ଶିକ୍ଷା ଉପରେ ଏହାର ପ୍ରଭାବ ପଡିବ । ମଦ ପିଇ ସ୍କୁଲ ଆସିଲେ ଅଘଟଣ ଘଟିବାର ସମ୍ଭାବନା ମଧ୍ୟ ରହୁଛି ।

ଅନ୍ୟପଟେ ଗାଡି ଚାଳକଙ୍କୁ ନେଇ ମନ୍ତ୍ରୀ କହିଛନ୍ତି, ଛୋଟ ଛୋଟ ଛୁଆମାନେ ସ୍କୁଲ ଆସୁଛନ୍ତି । ସେମାନଙ୍କୁ ନେବା ଆଣିବା କରୁଥିବା ଶିକ୍ଷକ ଯଦି ମଦ ପିଇବେ ତାହେଲେ ମଧ୍ୟ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି । ତେଣୁ ମଦ ସହିତ ଜଡିତ ଶିକ୍ଷକ କିମ୍ବା ଡ୍ରାଇଭର ଧରାପଡିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତେଇ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

Get real time updates directly on you device, subscribe now.