fbpx
BSKY
BJD MC SKY
BJD YOUTH SKY

ଏକକାଳୀନ ଦୁଇଟି ଡିଗ୍ରୀରେ ଆଡମିସନ ନେଇପାରିବେ ଛାତ୍ରଛାତ୍ରୀ: ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଶାରେ ଲାଗୁହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଛାତ୍ରଛାତ୍ରୀମାନେ ଏକକାଳୀନ ଦୁଇଟି ଡିଗ୍ରୀରେ ନାମ ଲେଖାଇ ପାରିବେ । ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟରେ ଏହା ଲାଗୁ କରିବାକୁ ଯାଉଛି ଉଚ୍ଚଶିକ୍ଷା ବିଭାଗ । ଉଚ୍ଚଶିକ୍ଷା ବିଭାଗ ଅଧିନସ୍ଥ ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ସୁଯୋଗ ପାଇପାରିବେ । ଏନେଇ ବିଭାଗ ପକ୍ଷରୁ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହିତ ଆଲୋଚନା ହୋଇଛି । ତେବେ ଏନେଇ ଆସନ୍ତାବର୍ଷରେ ଆକାଡେମିକ୍ ପରିଷଦ ବୈଠକ ବସିବ ।

ତେବେ ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି)ର ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ । ଦୁଇଟିଯାକ ଡିଗ୍ରୀ ରେଗୁଲାର ମୋଡ଼ରେ ହେବା ସହ ଦୁଇଟି ରେଗୁଲାର କୋର୍ସ ପାଇଁ କ୍ଲାସ ସମୟ ଭିନ୍ନ ଭିନ୍ନ ରହିବ । ଗୋଟିଏ ଡିଗ୍ରୀର କ୍ଲାସ ସମୟ ସକାଳେ ରହିଲେ ଅନ୍ୟ ଡିଗ୍ରୀର କ୍ଲାସ ସମୟ ସନ୍ଧ୍ୟାରେ ରହିବ । ତେବେ ଫିଜିକାଲ ମୋଡ଼ରେ ଛାତ୍ରଛାତ୍ରୀ ଏକକାଳୀନ ଦୁଇଟି ଡିଗ୍ରୀରେ ଆଡମିସନ କରିପାରିବେ ନାହିଁ । ପ୍ରଥମ କୋର୍ସର ଅତିକମରେ ଏକବର୍ଷ ପରେ ଛାତ୍ରଛାତ୍ରୀ ଦ୍ୱିତୀୟ ରୋଗୁଲାର କୋର୍ସରେ ଆଡମିସନ କରିବେ । ଛାତ୍ରଛାତ୍ରୀ ଗୋଟିଏ ବା ଦୁଇଟି ବିଶ୍ୱବିଦ୍ୟାଳୟରେ ଆଡମିସନ କରିପାରିବେ ।

ଛାତ୍ରଛାତ୍ରୀଙ୍କ ପାଇଁ ଦ୍ୱୈତ ଡିଗ୍ରୀରେ ଅଧ୍ୟୟନ କରିବା ବାଧ୍ୟତାମୂଳକ ହେବ ନାହିଁ । ଆସନ୍ତା ମାସରେ ବସିଥିବା ପରିଷଦ ବୈଠକରେ ଉଚ୍ଚଶିକ୍ଷା ବିଭାଗ, ସମସ୍ତ ବିଶ୍ୱବିଦ୍ୟାଳୟର କୁପଳତି ଓ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ । ବୈଠକରେ ନୂଆ ଶିକ୍ଷାନୀତିର କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରାଯିବ । ଆକାଡେମିକ ପରିଷଦ ବୈଠକରେ ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯିବ ।

Get real time updates directly on you device, subscribe now.