ଆଜିଠୁ ସବୁ ପଞ୍ଚାୟତରେ ସୁଭଦ୍ରା ରାଲି, ମହିଳା ଦିବସ ଯାଏଁ ଚାଲିବ
ଆଜିଠୁ ସୁଭଦ୍ରା ରାଲି । ଏସଏଚଜି ମହିଳାଙ୍କ ସମେତ ଛାତ୍ରଛାତ୍ରୀ ସାମିଲ ।
ଭୁବନେଶ୍ବର: ଆଜିଠୁ ରାଜ୍ୟର ସବୁ ପଞ୍ଚାୟତରେ ସୁଭଦ୍ରା ରାଲି ଆରମ୍ଭ ହେବ । ଏହା ଆଜିଠୁ ଆରମ୍ଭ ହୋଇ ମାର୍ଚ୍ଚ 8 ତାରିଖ ଅର୍ଥାତ୍ ଅନ୍ତର୍ଜାତୀୟ ମହିଳା ଦିବସରେ ଶେଷ ହେବ ।
ମହିଳା ସଶକ୍ତିକରଣ ଏବଂ ସାମାଜିକ କଲ୍ୟାଣ ବାର୍ତ୍ତା ଦେବା ଆଧାରରେ ଏହି ରାଲି ଅନୁଷ୍ଠିତ ହେବ । ଏଥିରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ସହିତ ଛାତ୍ରଛାତ୍ରୀ ମଧ୍ୟ ସାମିଲ ହେବେ ।
ସୂଚନା ଅନୁସାରେ, ରାଜ୍ୟରେ ମୋଟ 6 ହଜାର 494ଟି ସ୍ଥାନରେ ସୁଭଦ୍ରା ରାଲିର ଆୟୋଜନ ହେବାକୁ ଯାଉଛି । ଯୋଜନାକୁ ବ୍ୟାପକ କରିବାକୁ ଲକ୍ଷ୍ୟ ରଖାଯାଇଥିବା କଥା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଗାଁ ଗାଁରେ ଦୀପ ଜଳିବ । ଏହି ରାଶିରେ 300ଜଣ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି । କହିରଖୁଛୁ କି, ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଦିନ 1.7 ଲକ୍ଷ ସୁଭଦ୍ରା ହିତାଧିକାରୀଙ୍କୁ ପ୍ରଥମ କିସ୍ତିର 5ମ ପର୍ଯ୍ୟାୟ ଟଙ୍କା ଦିଆଯିବ ।
ସେହିପରି ମାର୍ଚ୍ଚ 8 ତାରିଖରେ ଏକ କୋଟି ମହିଳାଙ୍କ ଖାତାକୁ ଯିବ 5 ହଜାର ଟଙ୍କା । ଦ୍ବିତୀୟ କିସ୍ତିର ପ୍ରଥମ ପର୍ଯ୍ୟାୟ ଟଙ୍କାଯିବ । ତେବେ ଯେଉଁଁମାନେ ନୂଆ ଆବେଦନ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ 30 ଶେଷ ତାରିଖ ରହିଛି ।