fbpx

କରୋନା ରୋଗୀ ଡିସଚାର୍ଯ ପରେ ୭ଦିନ ପରିବର୍ତ୍ତେ ୧୪ଦିନ ପୃଥକ ବାସରେ ରହିବେ: ବାଗଚୀ

ଭୁବନେଶ୍ୱର, ୧୧ା୫(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି କ୍ୱାରେଣ୍ଟିନ ସେଣ୍ଟରରେ ଥିବା ଫେରନ୍ତାଙ୍କୁ ନେଇ ତର୍ଜମା ହୋଇଥିଲା । ଗତ ୨୪୧ଟି ପଜିଟିଭରୁ ୨୨୯ ଜଣ ବାହାରୁ ଫେରନ୍ତା ବୋଲି ଜଣାପଡ଼ିଛି । ରାଜ୍ୟ ସରକାରଙ୍କ କରୋନା ରୋଗୀ ଡୀସଚାର୍ଯ ନେଇ ପରବର୍ତ୍ତୀ ନିୟମ ହେଉଛି, ଡିସଚାର୍ଯ ପରେ ୭ଦିନ ପରିବର୍ତ୍ତେ ୧୪ଦିନ ପୃଥକବାସରେ ରହିବେ । ପୃଥକବାସରେ ଥିବା ବେଳେ ହାତରେ ଷ୍ଟାମ୍ପ, ବ୍ୟାଣ୍ଡ ଓ ଷ୍ଟିକରିଂ ଲାଗିବ । ସେମାନେ ବାହାରେ ଚଲାବୁଲା ଉପରେ କଟକଣା ରହିବ । ସେମାନଙ୍କ ପାଇଁ ଘରେ ସ୍ୱତନ୍ତ୍ର ପାଇଖାନା ଓ ଘର ଥିବା ଜରୁରୀ ବୋଲି ସେ କହିଛନ୍ତି । ବର୍ତ୍ତମାନ ପାଇଁ ସହରାଞ୍ଚଳରେ ଏହି ବ୍ୟବସ୍ଥା ଲାଗୁ ହେବ । ରାଜ୍ୟର ୬୭୮୫ଟି ଅସ୍ଥାୟୀ ମେଡ଼ିକାଲ କ୍ୟାମ୍ପ ସରକାର କରୁଛନ୍ତି । ଅସ୍ଥାୟୀ ମେଡ଼ିକାଲ କ୍ୟାମ୍ପର ସମସ୍ତ ଦାୟିତ୍ୱ ସରପଞ୍ଚଙ୍କୁ ଦିଆଯାଇଛି । କୌଣସି ବ୍ୟକ୍ତିଙ୍କ ମଧ୍ୟରେ ଲକ୍ଷଣ ଦେଖାଦେଲେ ସଂକ୍ରମିତଙ୍କୁ ଚିକିତ୍ସା ପାଇଁ ସରପଞ୍ଚ ବ୍ୟବସ୍ଥା କରିପାରିବେ ବୋଲି ସେ କହିଛନ୍ତି ।
କରୋନାରେ ଦେଶରେ ମୃତ୍ୟୁ ସଂଖ୍ୟା ୨ହଜାର ୨୦୬କୁ ବୃଦ୍ଧି ପାଇଛି । ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭ହଜାର ୧୫୨କୁ ବୃଦ୍ଧି ପାଇଥିବା ବେଳେ ୨୦ହଜାର ୯୧୭ଜଣ ସୁସ୍ଥ ହୋଇଛନ୍ତି । ଏବେ ୪୪ହଜାର ୨୯ଜଣ ଚିକିତ୍ସାଧୀନ ଅଛନ୍ତି । ଗତ ୨୪ଘଣ୍ଟାରେ ୪୨୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୭ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୧ ଥିବା ବେଳେ ସେମାନଙ୍କ ମଧ୍ୟରୁ ୮୫ଜଣ ସୁସ୍ଥ ହୋଇଛନ୍ତି ଓ ୩ଜଣଙ୍କର ମୃତ୍ୟୁ ହୋଇଛି । ବତ୍ତର୍ମାନ ଓଡ଼ିଶାରେ କରୋନେରେ ୩୦୩ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି ।

Get real time updates directly on you device, subscribe now.