fbpx

ପିଲାଙ୍କୁ ଖରାପ କରିଦିଏ ପିତାମାତାଙ୍କ ଏପରି ଅଭ୍ୟାସ, ଜାଣନ୍ତୁ କ’ଣ କରିବା ଉଚିତ

ଓଡ଼ିଶା ଭାସ୍କର:ସବୁ ପିତାମାତାଙ୍କ ଆଶା ରହି୍ଥାଏ ତାଙ୍କ ପିଲା ଭଲ ବ୍ୟବହାର ଶିଖୁ ଓ ସମସ୍ତଙ୍କ ସହ ଭଲଭାବରେ ମିଳିମିଶି ଚଳୁ ।  କୌଣସି ବି ପିଲାର ପ୍ରଥମ ସ୍କୁଲ ହୋଇଥାଏ ତାହାର ଘର ଏବଂ ସର୍ବପ୍ରଥମ ଶିକ୍ଷକ ବା ଶିକ୍ଷୟିତ୍ରୀ ହୋଇଥାନ୍ତି ତାର ମାତା ପିତା । କିନ୍ତୁ ବହୁ ସମୟରେ ମାତା ପତା ପିଲା ନିକଟରେ ଜାଣତରେ ହେଉ ବା ଅଜାଣତରେ ଏପରି ବ୍ୟବହାର କରିଥାନ୍ତି ଯାହାର ଖରାପ ପ୍ରଭାବ ପିଲାଙ୍କ ଉପରେ ପଡିଥାଏ ଓ ସେ ବି ତାର ପିତାମାତାଙ୍କ ପରି ଆଚରଣ କରିବାକୁ ଲାଗିଥାଏ । ଏପରି କ୍ଷେତ୍ରରେ ଆଜି ଆମେ ମାତା ପିତାଙ୍କ କିଛି ଖରାପ ଅଭ୍ୟାସ ବିଷୟରେ କହିବାକୁ ଯାଉଛୁ ଯାହା ପିଲା ଖୁବ୍ ଶୀଘ୍ର ଶିଖି ଯାଇଥାଏ ।
ଗାଳି ଦେବା:ପ୍ରାୟ ସମୟରେ ଆମର ଏପରି ଏକ ବଦଭ୍ୟାସ ରହିଛି ଯେ, ଆମକୁ ସାମାନ୍ୟ ରାଗ ଆସିବା ମାତ୍ରକେ ଆମେ ଲୋକଙ୍କୁ ଖରାପ ଭାଷା କହି ଗାଳି ଦେଇଥାଉ । ଏପରି ଅବସ୍ଥାରେ ଆପଣ ପିଲାଙ୍କ ସମ୍ମୁଖରେ ନିଜ ଭାଷାର ସଠିକ୍ ଜ୍ଞାନ ରଖନ୍ତୁ ।
ଅଳସୁଆପଣ: ଆପଣଙ୍କ ଲାଗି ଏହା ଜରୁରୀ ଯେ, ଆପଣ ପିଲା ସାମ୍ନାରେ ନିଜର ଅଳସୁଆମୀ ଦେଖାନ୍ତୁ ନାହିଁ । ଆପଣଙ୍କ ଏପରି ଅଭ୍ୟାସକୁ ପିଲା ଖୁବ୍ ଶୀଘ୍ର ଅନୁକରଣ କରିଯିବେ ।
ନାକରେ ଅଙ୍ଗୁଳି ପୁରାଇବା: ବହୁ ଲୋକଙ୍କର ନାକରେ ଅଙ୍ଗୁଳି ପୁରାଇବାର ଅଭ୍ୟାସ ରହିଛି । ଏହା ଏକ ବହୁତ ଖରାପ ଅଭ୍ୟାସ । ଯଦି ଆପଣଙ୍କର ନାକ ସଫା କରିବାର ଅଛି ତେବେ ଏହି କାମ ଏକାକୀ ଥିବା ବେଳେ ଅଥବା ଗାଧୋଇବା ସମୟରେ କରନ୍ତୁ । ଅନ୍ୟଥା ଆପଣଙ୍କ ଏପରି ବଦଭ୍ୟାସ ଆପଣଙ୍କ ପିଲା ଖୁବ୍ ଶୀଘ୍ର ଶିଖିଯିବ ।
ମଦ୍ୟପାନ କିମ୍ବା ଧୂମପାନ: ଏକ ଅଧ୍ୟୟନରୁ ଜଣାପଡିଛି ଯେଉଁ ପିତାମାତା ମଦ ତଥା ସିଗାରେଟ୍ ସେବନ କରିଥାନ୍ତି ତାଙ୍କ ପିଲାମାନେ ବି ବଡ ହୋଇ ଏହି ଅଭ୍ୟାସ ଆପଣାଇଥାନ୍ତି ।
ଚୁଗୁଲି କରିବା:ଯଦି ଆପଣଙ୍କର ଫୋନ କିମ୍ବା ନିଜ ପଡୋଶୀଙ୍କ ସହ କାହା ବିଷୟରେ ଚୁଗୁଲି କରିବାର ଅଭ୍ୟାସ ରହିଛି ତେବେ ତୁରନ୍ତ ଏହି ଅଭ୍ୟାସ ବଦଳାନ୍ତୁ । କାରଣ ପିଲା ଉପରେ ସିଧା ଏହାର ପ୍ରଭାବ ପଡିଥାଏ ଓ ସେ ବି ଏହା କରିବା ଆରମ୍ଭ କରିଦେଇଥାଏ ।

Get real time updates directly on you device, subscribe now.