fbpx
BSKY
BJD MC SKY
BJD YOUTH SKY

ଏମିତି କାହିଁକି ହେଲା? ଅଚାନକ ଏକ ନଦୀରେ ପ୍ରବାହିତ ହେଲା ଧଳା ରଙ୍ଗର ପାଣି, ଆଶ୍ଚର୍ଯ୍ୟ ହୋଇ ଲୋକମାନେ ଜରୁରୀ ସେବାକୁ ଫୋନ୍ କଲେ

ନୂଆଦିଲ୍ଲୀ: ଆମେମାନେ ଦୈନନ୍ଦିନ ଜୀବନରେ ଦେଖୁଥିବା ଜଳର ରଙ୍ଗ କ’ଣ ତାହା ସମସ୍ତେ ଭଲ ଭାବେ ଜାଣିଛନ୍ତି । ସାଧାରଣ ଭାବେ ଜଳର ରଙ୍ଗ ଆଂଶିକ ନୀଳ ହୋଇଥିବା ବେଳେ ବର୍ଷା ସମୟରେ ତାହା ଅପରିଷ୍କାର ହୋଇ ମାଟିଆ ରଙ୍ଗର ହୋଇଯାଇଥାଏ । ତେବେ ଆପଣମାନେ କେବେ ଧଳା ରଙ୍ଗର ପାଣି ପ୍ରବାହିତ ହେଉଥିବା କୌଣସି ଏକ ନଦୀ ଦେଖିଛନ୍ତି କି? ବୋଧହୁଏ ବିଶ୍ୱରେ ଏପରି କୌଣସି ନଦୀ ନଥିବ ।

ତେବେ ଏହା ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଅଚାନକ ଗୋଟିଏ ନଦୀରେ କ୍ଷୀର ପରି ଧଳା ରଙ୍ଗର ପାଣି ପ୍ରବାହିତ ହେବାକୁ ଲାଗିଥିଲା । ଏହାକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏପରି କାହିଁକି ହେଉଛି ସେମାନେ କିଛି ବୁଝି ପାରିନଥିଲେ । ବାଧ୍ୟହୋଇ ଲୋକମାନେ ଜରୁରୀ ସେବାକୁ ଫୋନ୍ କରିଥିଲେ । ନିକଟରେ ଆମେରିକାରେ ଦେଖିବାକୁ ମିଳିଥିଲା ଏପରି ଏକ ଅଦ୍ଭୂତ ଘଟଣା ।

ଆମେରିକାର ଭିର୍ଜିନିଆର ଏକ ଛୋଟ ନଦୀରେ ଅଚାନକ ଧଳା ରଙ୍ଗର ପାଣି ପ୍ରବାହିତ ହେଉଥିବାର ଲୋକମାନେ ଦେଖିବାକୁ ପାଇଥିଲେ । ପାଣିର ରଙ୍ଗ କାହିଁକି ବଦଳିଲା କିଛି ବୁଝି ନପାରି ଲୋକମାନେ ଜରୁରୀ ସେବାକୁ କଲ୍ କରିଥିଲେ । ଏହାପରେ ବିଭାଗ ପକ୍ଷରୁ ଏନେଇ ଯାଞ୍ଚ କରାଯିବା ପରେ ଲୋକମାନେ ଆଶ୍ୱସ୍ତି ଲାଭ କରିଥିଲେ । ଏନେଇ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ଫେସବୁକ ପୋଷ୍ଟ ଶେୟାର କରାଯାଇ ସବିଶେଷ ସୂଚନା ଦିଆଯାଇଥିଲା । ଏକ ଦୁଗ୍ଧ ପ୍ଲାଣ୍ଟରୁ ନିର୍ଗତ ହୋଇଥିବା ବର୍ଜ୍ୟ ତଥା ମଇଳା କ୍ଷୀର କାରଣରୁ ହେଣ୍ଡ୍ରିକ୍ସ ଷ୍ଟ୍ରିଟ ନିକଟରେ ପ୍ରବାହିତ ହେଉଥିବା ଏକ ଛୋଟ ନଦୀର ରଙ୍ଗରେ ପରବର୍ତ୍ତନ ଘଟିଥିଲା । ପ୍ଲାଣ୍ଟର ଡ୍ରେନ ଲାଇନ ଜାମ ହେବା କାରଣରୁ କ୍ଷୀର ଓଭରଫ୍ଲୋଇ ହୋଇ ନଦୀକୁ ଚାଲିଯାଇଥିଲା । ପରେ ବ୍ଲକେଜକୁ ସଫା କରାଯିବା ପରେ ଓଭରଫ୍ଲୋ ବନ୍ଦ ହୋଇଯାଇଥିଲା ।

Get real time updates directly on you device, subscribe now.