fbpx

ଚଉଠି ରାତିରେ ନବବଧୂ କଲା ଏପରି କାର୍ଯ୍ୟ, ବରର ଚିତ୍କାରରେ ଘର ଲୋକଙ୍କ ଉଡିଗଲା ହୋସ୍‌

Advertisement

ରୁର୍‌କୀ: ବିବାହିତଙ୍କ ଜୀବନରେ ଚଉଠି ରାତି ସବୁଠାରୁ ସ୍ମରଣୀୟ ହୋଇଥାଏ । କିନ୍ତୁ ରୁର୍‌କୀରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିବା ପରେ ଆପଣ ଚକିତ ହୋଇଯିବେ । ଚଉଠି ରାତିରେ ନବବଧୂ ଏପରି କିଛି କାଣ୍ଡ କଲା ଯେ, ଘରର ସମସ୍ତ ସଦସ୍ୟଙ୍କ ହୋସ୍ ଉଡିଗଲା । ବିଳମ୍ବିତ ରାତିରେ ବନ୍ଦ ରୁମ୍‌ରୁ ବରର ବଞ୍ଚାଅ ବଞ୍ଚାଅ ଚିତ୍କାର ଶୁଣି ଘର ଲୋକେ କବାଟ ଭାଙ୍ଗି ଯାହା ଦେଖିଲେ ସେଥିରେ ସେମାନଙ୍କ ଚେତା ବୁଡିଗଲା ।

ଚଉଠି ରାତିରେ ବର କନ୍ୟାଙ୍କ ମଧ୍ୟରେ ଏପରି କିଛି ଘଟଣା ଘଟିଥିଲା ଯାହା କଳ୍ପନା କରିବା ବି ଅସମ୍ଭବ । ଚଉଠି ଶେଯରେ ନବବଧୂ ବରକୁ ପିଟି ପିଟି ଅବସ୍ଥା ଖରାପ କରିଦେଇଥିଲା । ପାଟିତୁଣ୍ଡ ଶୁଣି ପରିବାର ଲୋକେ ରୁମ୍ ପାଖକୁ ଆସିଥିଲେ । ଏହାପରେ ମାମଲା କିଛିମାତ୍ରାରେ ଶାନ୍ତ ପଡିଯାଇଥିଲା ।ପତିଙ୍କ ଅଭିଯୋଗ ସେ ଯାହାକୁ ବିବାହ କରିଛନ୍ତି ସେ ଜଣେ ମାନସିକ ରୋଗୀ । ଏବେ ପୋଲିସ ମାମଲାର ଯାଞ୍ଚ ଆରମ୍ଭ କରିଦେଇଛି ।

ରୁର୍‌କୀ ଗଙ୍ଗନହାର ଥାନା କ୍ଷେତ୍ରରେ ଆସୁଥିବା ମାଧୋପୁର ଅଞ୍ଚଳର ଜଣେ ଯୁବକ ନଭେମ୍ବର ୨୨ରେ ଖେମପୁର ଥିଥୋଲା ଥାନାକ୍ଷେତ୍ର ମଙ୍ଗଲୌର ନିବାସୀ ଯୁବତୀଙ୍କ ସହ ବିବାହ ହୋଇଥିଲା । ଚଉଠି ରାତିରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଯାଇଥିଲା ।
ଚଉଠି ଶେଯରେ ପତ୍ନୀ ପତିଙ୍କୁ ଜୋରଦାର ପିଟିବାରେ ଲାଗିଥିଲା । ବରର ପାଟି ଶୁଣି ଘର ଲୋକ ପହଞ୍ଚିବା ପରେ ମାମଲା ଶାନ୍ତ ପଡିଥିଲା । କିନ୍ତୁ ଏହି ଘଟଣାକୁ ନେଇ ଉଭୟ ବର ଘର ଓ କନ୍ୟାର ବାପଘର ମଧ୍ୟରେ ଝଗଡା ହୋଇଥିଲା । ଶେଷରେ ଉଭୟ ପକ୍ଷରୁ ପୋଲିସରେ ଅଭିଯୋଗ କରାଯାଇଥିଲା ।

Get real time updates directly on you device, subscribe now.