fbpx

ସୁକନ୍ୟା ସମୃଦ୍ଧି ଯୋଜନାର ନିୟମରେ ପରିବର୍ତ୍ତନ, ଆଜି ହିଁ ଜାଣନ୍ତୁ.. ନଚେତ ଖୋଲିବନି ଆକାଉଣ୍ଟ

ନୂଆଦିଲ୍ଲୀ: ଝିଅମାନଙ୍କ ପାଇଁ ଆରମ୍ଭ ହୋଇଥିବା ସୁକନ୍ୟା ସମୃଦ୍ଧି ଯୋଜନା ପାଇଁ ନୂଆ ନିୟମ ଲାଗୁ କରିଛନ୍ତି ସରକାର । ଅକ୍ଟୋବର 1 ତାରିଖରୁ ଅର୍ଥ ମନ୍ତ୍ରାଳୟ ତରଫରୁ ସୁକନ୍ୟା ସମୃଦ୍ଧି ଯୋଜନା ଏବଂ ପିପିଏଫ ସହିତ ଜଡିତ ସମସ୍ତ ନିୟମରେ ପରିବର୍ତ୍ତନ କରିଛନ୍ତି । ତେବେ ନୂଆ ନିୟମ ଅନୁସାରେ ସୁକନ୍ୟା ସମୃଦ୍ଧି ଯୋଜନାର ଖାତାକୁ କେବଳ ଝିଅ କିମ୍ବା ପିତାମାତା ହିଁ ଅପରେଟ କରିପାରିବେ । ଯଦି ଦେଖିବା ଏହି ସୁକନ୍ୟା ସମୃଦ୍ଧି ଯୋଜନାର ଆରମ୍ଭ 2015 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିଲେ । ଝିଅମାନଙ୍କର ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ଯୋଜନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ । କମ୍ ବୟସରୁ ହିଁ ପିତାମାତା ଛୁଆର ଭବିଷ୍ୟତକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଥିଲା ।

ଏହି ଯୋଜନାରେ ଗୋଟିଏ ଝିଅ ନାଁରେ ଗୋଟିଏ ଖାତା ଖୋଲିବାର ନିୟମ ରହିଥିଲା । 250ଟଙ୍କା ଦେଇ ଖାଲା ଖୋଲିବାର ସୁଯୋଗ ଦିଆଯାଇଥିଲା । ଏଥିରେ ପାଖାପାଖି 8 ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳୁଛି । ଜନ୍ମ ଠାରୁ 10 ବର୍ଷ ମଧ୍ୟରେ ଏହି ଖାତା ଖୋଲିପାରିବାର ନିୟମ ରହିଛି । 250ରୁ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଜମା କରିପାରିବେ । ସାବାଳିକା ହେବା ପର୍ଯ୍ୟନ୍ତ ପରିବାର ଲୋକେ ଖାତା ଅପରେଟ୍ କରିପାରିବେ । ନୂଆ ନିୟମ ଅନୁସାରେ, ଛିଆର ପ୍ରକୃତ ବାପା ମାଆ ଏହି ଖାତାକୁ ଅପରେଟ ନକେଲେ ଖାତା ବନ୍ଦ ହୋଇଯିବାର ସମ୍ଭାବନା ରହିଛି ।

ଆହୁରି ମଧ୍ୟ କିଛି ନିୟମରେ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଝିଅର ମୃତ୍ୟୁ କିମ୍ବା ସ୍ଥାନ ପରିବର୍ତ୍ତନ ହେଲେ ଏହାକୁ ବନ୍ଦ କରିଦିଆଯାଉଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଗମ୍ଭୀର ରୋଗରେ ମଧ୍ୟ ଖାତା ଖୋଲିହେବ । ପୂର୍ବରୁ ବୟସସୀମା 10 ବର୍ଷ ରହିଥିଲା । କିନ୍ତୁ ବର୍ତ୍ତମାନ ଏଥିରେ ପରିବର୍ତ୍ତନ କରାଯାଇ ଏହାକୁ 18 ବର୍ଷ କରାଯାଇଛି ।

Get real time updates directly on you device, subscribe now.