fbpx

ସାମନାକୁ ଆସିଲା ସୁମିତ-ତପସ୍ୱିନୀଙ୍କ ବିବାଦୀୟ କଲ୍ ରେକର୍ଡିଂ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଆଜି ଏସଡିଜେଏମଙ୍କ କୋର୍ଟରେ ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କ ମାମଲାର ଶୁଣାଣି ହେବ । ତେବେ ଶୁଣାଣି ପୂର୍ବରୁ ଏହି ଦମ୍ପତିଙ୍କ ଏକ କଲ ରେକର୍ଡିଂ ଭାଇରାଲ୍ ହୋଇଛି । ପୂର୍ବରୁ ସୁମିତଙ୍କ ପକ୍ଷରୁ ମଧ୍ୟ କିଛି ଅଡିଓ ରିଲିଜ୍ କରାଯାଇଥିଲା । ଦୁହିଁଙ୍କ ପାଖରେ ଆହୁରି ଅନେକ ଭିଡିଓ, ଅଡିଓ ବା ଫଟୋ ପ୍ରମାଣ ରହିଛି ବୋଲି ଦୁହେଁ କହିସାରିଛନ୍ତି । ଦୁହେଁ ପରସ୍ପର ଉପରେ କାଦୁଅ ଫୋପାଡ଼ିରେ ବ୍ୟସ୍ତ ରହିଥିବାରୁ ବର୍ତ୍ତମାନ ଏହା ନିଆଁରେ ଘିଅ ଢାଳିବା ସମାନ ହୋଇଛି ।

ସୂଚନାଯୋଗ୍ୟ ଯେ, ଆଜି ସୁମିତ ଓ ତପସ୍ୱିନୀଙ୍କର ମାମଲାର ଶୁଣାଣି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ହେବାର ଅଛି । କୋର୍ଟ କ’ଣ ନିଷ୍ପତ୍ତି ଶୁଣାଇବେ, ତାହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ବଢ଼ୁଛି ସସପେନ୍ସ । ତେବେ ଦୁଇ ପକ୍ଷଙ୍କ ମଧ୍ୟରେ ଦିନକୁ ଦିନ ଏକପ୍ରକାର ବିବାଦ ବଢ଼ି ଚାଲିଥିବାରୁ କୋର୍ଟଙ୍କ ନିଷ୍ପତ୍ତି ଏଥିରେ ପୂର୍ଣ୍ଣଚ୍ଛେଦ ପକାଇବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.