fbpx

ଗରମ ଦିନରେ ପାଦକୁ କିପରି କରିପାରିବେ ସୁନ୍ଦର !

ଆପଣଙ୍କ ଚେହେରା ଭଳି ଆପଣଙ୍କ ପାଦ ବି ସୁନ୍ଦର ଦେଖାଯିବା ଉଚିତ୍ । ଚେହେରା ର ସୁନ୍ଦରତା ଯେତେ ଆବଶ୍ୟକ ହୋଇଥାଏ, ସେହିପରି ପାଦର ସୁନ୍ଦରତା ମଧ୍ୟ ଆବଶ୍ୟକ ହୋଇଥାଏ । କେତେକ ମହିଳାମାନେ ଚେହେରାକୁତ ସୁନ୍ଦର କରନ୍ତି କିନ୍ତୁ ପାଦ ର ଯତ୍ନ ନେବା ଅଣଦେଖା କରନ୍ତି । ଆପଣମାନେ ଜାଣିଥିବେ ଖରା, ମାଟି ଏବଂ ଧୂଳି ଯେତେ ମୁହଁରେ ପ୍ରଭାବ ପକାଏ ତାସହିତ ପାଦକୁ ମଧ୍ୟ ପ୍ରଭାବ ପକାଇଥାଏ । ତେବେ ପାଦକୁ ସୁନ୍ଦର କରିବା ପାଇଁ ନିଶ୍ଚିତ ଆପଣାନ୍ତୁ ଏହି ଘରୋଇ ଉପାୟ ।
. ଗରମ ଦିନରେ ଗୋଇଁଠି ବେଶି ଫାଟି ଥାଏ , ସେଇଥିପାଇଁ ଫାଟିଥିବା ଗୋଇଁଠି ଉପରେ ଗୋଟିଏ ଲେମ୍ବୁ ନେଇ ଘସି ଦିଅନ୍ତୁ । ତାପରେ ଉଷମ ପାଣିରେ ଗୋଟିଏ ଲେମ୍ବୁକୁ ଚିପୁଡ଼ି ସେଥିରେ ୨୦ ମିନିଟ ଯାଏଁ ପାଦକୁ ବୁଡ଼ାଇ ରଖନ୍ତୁ ।
. ଏକ ଛୋଟ ବାଟିରେ ମୁଲତାନି ମାଟି ସହ ଗୋଲାପ ଜଳ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ ତପରେ ସେ ମିଶ୍ରଣକୁ ଏକ ପତଳା ପରସ୍ତ କରି ପାଦରେ ବୋଳି ଦିଅନ୍ତୁ । ଏହା ପୁରା ଶୁଖିଗଲା ପରେ ଧୋଇଦିଅନ୍ତୁ ।


. ପାଦକୁ ଓଦା କରି ବଡ଼ଦାନା ଚିନି ନେଇ ୧୦ ମିନିଟ ଯାଏଁ ତାକୁ ରଗୁଡ଼ନ୍ତୁ । ତାପରେ ଉଷମ ପାଣିରେ ପାଦକୁ କିଛି ସମୟ ଯାଏଁ ବୁଡ଼ାଇ ରଖି ଧୋଇଦିଅନ୍ତୁ । ଦେଖିବେ ଆପଣଙ୍କ ପାଦ ପୁର ସଫା ହୋଇଯିବ ଏବଂ ନରମ ମଧ୍ୟ ଲାଗିବ ।
. ସପ୍ତାହରେ ୨ଥର ପିଆଜର ରସ ବାହାର କରି ଗୋଇଁଠି ରେ ଲଗାନ୍ତୁ । ଦେଖିବେ ଆପଣଙ୍କ ପାଦ ପୁରା କମଳ ହୋଇଯିବ ।
. ଏକ ଫାଳ ବିଲାତିରେ କିଛି ଚିନି ମିଶାଇ ପାଦରେ ୧୦ ମିନିଟ ଯାଏଁ ରୋଗୁଡ଼େଇ ଧୋଇଦିଅନ୍ତୁ । ଏହା କରିଲେ ପାଦରେ ଥିବା ଦାଗ ରହିନଥାଏ ।
. ଏକ କମଳାର ରସ ବାହାର କରି ୧୫ ମିନିଟ ଯାଏଁ ପାଦରେ ଲଗାଇ ଧୋଇଦିଅନ୍ତୁ । ଦେଖିବେ ତାପରେ ପାଦ ପୁର କୋମଳ ହୋଇଯିବା ସହିତ ସୁନ୍ଦର ମଧ୍ୟ ଦେଖାଯିବ ।

Get real time updates directly on you device, subscribe now.