fbpx

ଆଉ ଫିଲ୍ମ କରିବେନି ସନ୍ନି ଦେଓଲ: ‘ଗଦର-୨’ର ସଫଳତା ପରେ ନିଜେ କଲେ ଘୋଷଣା

Advertisement

ମୁମ୍ବାଇ: ରିଲିଜ ହେବା ଦିନରୁ ବକ୍ସ ଅଫିସରେ ରାଜ୍ କରୁଛି ସନ୍ନି ଦେଓଲ ଅଭିନୀତ ‘ଗଦର-୨’ । ଅକ୍ଷ୍ର କୁମାରଙ୍କ ‘ଓଏମଜି-୨’କୁ ପଛରେ ପକାଇ ସୁପରହିଟ ସାବ୍ୟସ୍ତ ହୋଇଛି ଏହି ଚଳଚ୍ଚିତ୍ର । ବର୍ତ୍ତମାନ ସୁଦ୍ଧା ଏହି ସିନେମା ୪୫୦ କୋଟି ଟଙ୍କାରୁ ଅଧିକ ଆୟ କରି ସାରିଥିବା ବେଳେ ଆଗକୁ ଆହୁରି ଇନକମ୍ କରିବ ବୋଲି ଆଶା ରହିଛି । ତେବେ ଏତେ ବଡ଼ ସଫଳତା ପରେ ମଧ୍ୟ ସୁପରଷ୍ଟାର ସନ୍ନି ଦେଓଲ ଅସନ୍ତୋଷ ରହିଛନ୍ତି । ତେଣୁ ସେ ଆଉ ଫିଲ୍ମ ନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ସନ୍ନି ଦେଓଲ କହିଛନ୍ତି ଯେ, ମୁଁ ଯେବେ ବି ଫିଲ୍ମ ନିର୍ମାଣ କରୁଛି ଦେବାଳିଆ ହୋଇ ଯାଉଛି । ବର୍ତ୍ତମାନ ଫିଲ୍ମ ନିର୍ମାଣରେ ପରିବର୍ତ୍ତନ ହୋଇଯାଇଛି, ଯେଉଁଥିପାଇଁ ଯେଉଁ ଯେଉଁ ସିନେମା ବି ପ୍ରସ୍ତୁତ କରୁଛି, ତା’ପରେ ଦେବାଳିଆ ହୋଇଯାଉଛି । ଏହାପରେ ସନ୍ନି କହିଛନ୍ତି ଯେ, ଦୁନିଆ ବହୁତ କଷ୍ଟାସାଧ୍ୟ ହୋଇପଡ଼ିଛି । ବହୁବର୍ଷ ପୂର୍ବେ ଜିନିଷଗୁଡ଼ିକୁ ମୁଁ ନିୟନ୍ତ୍ରଣ କରିପାରୁଥିଲି । କାରଣ ଡିଷ୍ଟ୍ରିବ୍ୟୁସନ ମୋ ପକ୍ଷେ ସମ୍ଭବ ଏବଂ ସହଜ ଥିଲା । କିନ୍ତୁ ଇଣ୍ଡଷ୍ଟ୍ରିକୁ କର୍ପୋରେଟମାନେ ଆସିବା ପରେ ଏସବୁ ବଦଳି ଯାଇଛି । ତେଣୁ ଆଉ ଫିଲ୍ମ ନିର୍ମାଣ କରିବା ମୋ ପକ୍ଷେ କଷ୍ଟକର ହୋଇପଡ଼ିଛି ।

ସୂଚନା ଥାଉ କି, ସନ୍ନି ଦେଓଲ ଅଭିନୟ ବ୍ୟତୀତ ସିନେମା ନିର୍ମାଣ ମଧ୍ୟ କରିଥାନ୍ତି । ସିନେମାରେ ନିର୍ଦ୍ଦେଶନା ସହିତ ଜଣେ ପ୍ରଯୋଜକ ଭାବରେ ମଧ୍ୟ ଅନେକ ଫିଲ୍ମ କରିଛନ୍ତି ସନ୍ନି । ତେବେ ବଲିଉଡରେ ‘ଦିଲଗି’, ‘ସହିଦ୍’, ‘ଘାୟଲ ୱାନ୍ସ ଏଗେନ୍’ ଇତ୍ୟାଦି ସିନେମାରେ ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା ମଧ୍ୟ କରିଛନ୍ତି । ଏହାବ୍ୟତୀତ ପୁଅ କରନ୍ ଦେଓଲଙ୍କୁ ନେଇ ମଧ୍ୟ ‘ପଲ୍ ପଲ୍ ଦିଲ୍ କେ ପାସ୍’ ସିନେମାରେ ସେ ନିର୍ଦ୍ଦେଶନା ଦେଇଛନ୍ତି । କିନ୍ତୁ ଏହା ବକ୍ସ ଅଫିସରେ ଭଲ ବ୍ୟବସାୟ କରିବାରେ ଫେଲ ମାରିଛି ।

Get real time updates directly on you device, subscribe now.