fbpx
BJD SKY
BJD SKY

ସ୍କୁଲ ଛାତ୍ରୀଙ୍କୁ ଦିଆଯିବ ମାଗଣା ସାନିଟାରୀ ପ୍ୟାଡ୍ ; ୪ ସପ୍ତାହ ମଧ୍ୟରେ ୟୁନିଫର୍ମ ପଲିସିରେ ସାମିଲ କରିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

BJD

ନୂଆଦିଲ୍ଳୀ : ଏଣିକି ସ୍କୁଲରେ ମିଳିବ ସାନିଟାରୀ ପ୍ୟାଡ୍ । ଦେଶର ସମସ୍ତ ସ୍କୁଲରେ ଷଷ୍ଠର ଦ୍ୱାଦଶ ଶ୍ରେଣୀରେ ପଢୁଥିବା ସମସ୍ତ ଛାତ୍ରୀଙ୍କୁ ମାଗଣାରେ ସାନିଟାରୀ ପ୍ୟାଡ୍ ମିଳିବ । ସୋମବାର ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଚାରି ସପ୍ତାହ ମଧ୍ୟରେ ସ୍କୁଲ ୟୁନିଫର୍ମ ପଲିସିରେ ଏହାକୁ ସାମିଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମାମଲା । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସମସ୍ତ ସ୍କୁଲ ଓ କଲେଜର କର୍ତ୍ତୃପକ୍ଷ ଏହାକୁ ୟୁନିଫର୍ମ ପଲିସିରେ ଅନ୍ତର୍ଭୁକ୍ତ କରିବେ । ତିନି ମାସ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ଏନେଇ ରିପୋର୍ଟ ଦାଖଲ କରାଯିବ ।

ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଏହା ଯୁବକ ଏବଂ କିଶୋରୀ ବାଳିକାମାନଙ୍କ ମାସିକ ଋତୁସ୍ରାବର ସ୍ୱଚ୍ଛତା ପାଇଁ ଉତ୍ସର୍ଗୀକୃତ। କିନ୍ତୁ ସ୍ୱାସ୍ଥ୍ୟସେବାଳ ଯୋଗାଇ ଦେବା ହେଉଛି ରାଜ୍ୟସରକାରଙ୍କ ଦାୟିତ୍ୱ । କାରଣ ସାର୍ବଜନିକ ସ୍ୱାସ୍ଥ୍ୟ ରାଜ୍ୟ ସରୀକାରଙ୍କ ବିଷୟ । ତେଣୁ ଏହି ପରିପ୍ରେକ୍ଷୀରେ ସମସ୍ତ ରାଜ୍ୟ ସରକାରଙ୍କ ଉପରେ ଏହି ଦାୟିତ୍ୱ ନ୍ୟସ୍ତ କରାଗଲା ବୋଲି ସୁପ୍ରିମକୋର୍ଟ କହିଛନ୍ତି।  ସିଜେଆଇ ଚନ୍ଦ୍ରଚୁଡ଼ , ଜଷ୍ଟିସ୍ ପିଏସ୍ ନରସିଂହ ଏବଂ ଜେବି ପାରଦୀୱାଲାଙ୍କ ତିନି ଜଣିଆ ଖଣ୍ଡପୀଠରେ ଏହି ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ପୂର୍ବରୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନୋଟିସ୍ ଜାରି କରିଥିଲେ। ଆବେଦନକାରୀ ଜୟା ଠାକୁର କହିଛନ୍ତି ଯେ ଗରିବ ପୃଷ୍ଠଭୂମିରୁ ଆସୁଥିବା ୧୧ ରୁ ୧୮ ବର୍ଷ ବୟସର କିଶୋରୀ ବାଳିକାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Get real time updates directly on you device, subscribe now.