fbpx

ପତଞ୍ଜଳି ମାମଲାରେ ରାମଦେବ ଓ ବାଲକୃଷ୍ଣଙ୍କୁ ଆଶ୍ୱସ୍ତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପତଞ୍ଜଳି ଲିମିଟେଡ୍, ଏହାର ପ୍ରତିଷ୍ଠାତା ବାବା ରାମଦେବ ଓ ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକୃଷ୍ଣଙ୍କ ବିରୋଧରେ ଅଦାଲତ ଅବମାନନା ମାମଲାକୁ ସୁପ୍ରିମ୍ କୋର୍ଟ ବନ୍ଦ କରିବା ସହ ଭବିଷ୍ୟତରେ ଆଦେଶର ଉଲ୍ଲଂଘନ ନ କରିବାକୁ ଚେତାବନୀ ଦେଇଛନ୍ତି। ପତଞ୍ଜଳି ଆୟୁର୍ବେଦ ଲିମିଟେଡର ଦୁଇ ପ୍ରତିଷ୍ଠାତା ଡ୍ରଗ୍ସ ଆଣ୍ଡ ମ୍ୟାଜିକ୍ ରେମେଡିଜ୍ ଆକ୍ଟକୁ ଉଲ୍ଲଂଘନ କରି ନିଜ କମ୍ପାନୀର ଉତ୍ପାଦର ବିଭ୍ରାନ୍ତିକର ବିଜ୍ଞାପନ ଦେଇଥିବା ଅଭିଯୋଗ ହୋଇଥିଲା। ଆଉ କୌଣସି ବିଭ୍ରାନ୍ତିକର ବିଜ୍ଞାପନ ଦିଆଯିବ ନାହିଁ ବୋଲି ସେମାନେ ଲିଖିତ ଭାବେ ଜଣାଇବେ ବୋଲି କୋର୍ଟ ସେମାନଙ୍କୁ କହିଥିଲେ।

ଏହି ମାମଲାରେ ରାମଦେବ ଓ ବାଳକୃଷ୍ଣଙ୍କ କ୍ଷମାପ୍ରାର୍ଥନାକୁ ସର୍ବୋଚ୍ଚ ନ୍ୟାୟାଳୟ ଗ୍ରହଣ କରିଥିଲେ। ଏହାପରେ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ବନ୍ଦ ହୋଇଯାଇଥିଲା। ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ଏହସାନୁଦ୍ଦିନ ଅମାନୁଲ୍ଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ଆମେ ସେମାନଙ୍କୁ କଡ଼ା ଚେତାବନୀ ଦେଉଛୁ ଯେ ସେମାନେ ଅଦାଲତଙ୍କ ଆଦେଶକୁ ଉଲ୍ଲଂଘନ କରି ଏଭଳି କୌଣସି କାର୍ଯ୍ୟରେ ସମ୍ପୃକ୍ତ ହେବେ ନାହିଁ। ଭବିଷ୍ୟତରେ ଏପରି ହେବା ଉଚିତ ନୁହେଁ ବୋଲି ଆମେ ଚେତାବନୀ ଦେଇଛୁ।

ଆୟୁର୍ବେଦ ଦ୍ୱାରା ବିକ୍ରି ହେଉଥିବା ଉତ୍ପାଦ ମାଧ୍ୟମରେ ପତଞ୍ଜଳି ଗମ୍ଭୀର ରୋଗର ଚିକିତ୍ସା କରିବାକୁ ଦାବି କରୁଥିବା ଅଭିଯୋଗ ହୋଇଥିଲା। ସେ ତାଙ୍କ ବିଜ୍ଞାପନରେ ଆଧୁନିକ ଔଷଧ ଏବଂ ଚିକିତ୍ସା ବ୍ୟବସ୍ଥାକୁ ମଧ୍ୟ ସମାଲୋଚନା କରିଛନ୍ତି। ଆଧୁନିକ ଔଷଧକୁ ବଦନାମ କରିବା ମାମଲାରେ ଆଇଏମଏ ଏକ ପିଟିସନ ଦାଖଲ କରିଥିଲା। ଯାହା ପରେ ଆରମ୍ଭ ହୋଇଥିଲା ଅବମାନନା ମାମଲା। ଏହାପରେ ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣ ପତଞ୍ଜଳି ଆୟୁର୍ବେଦର ବିଭ୍ରାନ୍ତିକର ବିଜ୍ଞାପନ କୁ ନେଇ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ।

Get real time updates directly on you device, subscribe now.